ଏମିତି କରନ୍ତୁ ବେସର ଇଲିସି, ଲୋକେ ହାତ ଚାଟିବେ

ଏମିତି କରନ୍ତୁ ବେସର ଇଲିସି, ଲୋକେ ହାତ ଚାଟିବେ

ଏମିତି କରନ୍ତୁ ବେସର ଇଲିସି, ଲୋକେ ହାତ ଚାଟିବେ
ଆବଶ୍ୟକ ସାମଗ୍ରୀ ଇଲିସି ମାଛ – ୭୦୦ ଗ୍ରାମ ଅଦା ରସୁଣ ବଟା – ୪ ଚାମଚ ସୋରିଷ ବଟା – ୨ ଚାମଚ ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଜିରା ଗୁଣ୍ଡ – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ ଲେମ୍ବୁ – ୧ଟି କଟା ପିଆଜ – ୧ଟି କଟା ଟମାଟୋ – ୧ଟି କଞ୍ଚା ଲଙ୍କା – ୬ ରୁ ୭ଟି ଧନିଆ ପତ୍ର – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଇଲିସି ମାଛକୁ ଧୋଇ ଏଥିରେ ଅଳ୍ପ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ କଟା ପିଆଜ, କଟା କଞ୍ଚା ଲଙ୍କା , ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା ରସୁଣ ବଟା, ସୋରିଷ ବଟା, ଲେମ୍ବୁ ରସ, ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଏହି ଗୋଳାଇ ରଖିଥିବା ମାଛକୁ ଗୋଟେ ଗୋଟ କରି ରଖନ୍ତୁ। ଅଳ୍ପ ପାଣି ଦିଅନ୍ତୁ। ପାଣି ଦେବା ପରେ ଏହା ଉପରେ ସାମାନ୍ୟ ଲୁଣ ମଧ୍ୟ ପକାନ୍ତୁ। ଏହାପରେ କଡେଇ ଉପରେ ଏକ ଢାଙ୍କୁଣୀ ଘୋଡ଼ାଇ ଏହା ଉପରେ ଏକ ଭାରୀ ଦ୍ରବ୍ୟ (ଶିଳପୁଆ) ଆଦି ରଖନ୍ତୁ। ଗ୍ୟାସରେ ୨୦ ରୁ ୨୫ ମିନିଟ ବସାଇବା ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଇଲିସି ମାଛ ତରକାରୀ । ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।