ମଟନ୍ ପିଜାର ପ୍ରସ୍ତୁତି ପ୍ରଣାଳୀ

ମଟନ୍ ପିଜାର ପ୍ରସ୍ତୁତି ପ୍ରଣାଳୀ

ମଟନ୍ ପିଜାର ପ୍ରସ୍ତୁତି ପ୍ରଣାଳୀ
ଆଜି ଆସନ୍ତୁ ଟେଷ୍ଟି ମଟନ୍ ପିଜା ଘରେ କେମିତି ତିଆରି କରିବେ ସେ ବିଷୟରେ ଜାଣିବା ଆବଶ୍ୟକୀୟ ସାମଗ୍ରୀ – ୨କପ ମଇଦା, ୨ଚାମଚ ଶୁଖିଲା ଇଷ୍ଟ, ୨ଚାମଚ ଚିନି, ୨ଟେବୁଲ ଚାମଚ ଉଷୁମ ଦୁଧ, ୨ଟେବୁଲ ଚାମଚ ବଟର, ଗୋଟିଏ ଅଣ୍ଡା, ୨୫୦ ଗ୍ରାମ କିମା ମାଂସ, ଗୋଟିଏ ପିଆଜ, ଅଳ୍ପ ଅଦା, ୧ଚା ଚାମଚ ଗରମ ମସଲା, ୧ଟେବୁଲ ଚାମଚ ଟମାଟୋ ସସ୍, ଆବଶ୍ୟକ ମୁତାବକ ଲୁଣ ପ୍ରସ୍ତୁତି ପ୍ରଣାଳୀ – କିମା ମାଂସ ସିଝାଇନେଇ ପିଆଜ ଓ ଅଦାକଟା ଦେଇ ଭଲଭାବରେ ଭାଜି ନିଅ । ଗରମ ମସଲା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଶୁଖିଲା ପୁରା କରି ରଖ । ମଇଦା, ଅଣ୍ଡା, ବଟର, ଲୁଣ ସହ ଇଷ୍ଟ ମିଶା ଦୁଧ ଦେଇ ଭଲଭାବରେ ଚକଟି ଘୋଡାଇ ରଖ । ଏଇ ମିକଶ୍ଚରକୁ ଦୁଇଭାଗ କର । ପୁର ଦୁଇଭାଗ କର । ବେକିଂ ଡିସରେ ଟିକେ ତେଲ ମାରି ସେଥିରେ ଗୋଟିଏ ଭାଗ ମଇଦା ଦଳାକୁ ବଡ ମୋଟା ରୁଟି କରି ରଖ । ତା ଉପରେ ମାଂସ ପୁର ଦିଅ । ଟମାଟୋ ସସ୍ ଅଧେ ଛିଞ୍ଚି ଦିଅ । ଏହାକୁ ୨୦/୨୫ ମିନଟ୍ ବେକ କରିବେ । ଗରମ ଗରମ ଖାଇବାକୁ ଦେବେ । ଅନ୍ୟ ମଇଦା ଗୁଳାଟିରେ ମାଂସ ପୁର (ଅଧା ଥିବା) ଦେଇ ଅନ୍ୟ ଗୋଟିଏ ପିଜା କରିବେ । ଏଥରରେ ମାଂସ ପୁର ଜାଗାରେ ମାଛପୁର, ଚିଙ୍ଗୁଡିପୁର କିମ୍ବା ପନିର ଆଳୁ ଦେଇ ପ୍ରସ୍ତୁତ୍ କରିପାରିବେ ।