ଓଡିଶା ୯-୦ ଗୋଲରେ ଜିତିଲା

ଓଡିଶା ୯-୦ ଗୋଲରେ ଜିତିଲା

ଓଡିଶା ୯-୦ ଗୋଲରେ ଜିତିଲା
କଟକ: ରାୟପୁରରେ ଚାଲିଥିବା ଜାତୀୟ ୯ମ ହକି ଇଣ୍ଡିଆ ସବଜୁନିୟର୍ ପୁରୁଷ ଚାମ୍ପିଅନସିପରେ ଗୁରୁବାର ଓଡିଶା ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲା । ଓଡିଶା ୯-୦ ଗୋଲରେ ତାମିଲନାଡୁକୁ ପରାସ୍ତ କରିଛି । ମ୍ୟାଚର ଆରମ୍ଭରୁ ହିଁ ଦଳ ତାମିଲନାଡୁ ଉପରେ ଭାରି ପଡିଥିଲା । ରାଜମୋନ ତେଲୀ ଦ୍ୱିତୀୟ ମିନିଟରେ ଦଳର ଗୋଲ ଖାତା ଖୋଲିଥିଲେ । ପରେ ରୋସନ କୁଜୁର ୪୫ ମିନିଟରେ ଦୁଇଟି ଗୋଲ, ଲବନ ଲାଗୁନ୍ ୧୪, ୩୯ ,୫୮ ମିନିଟରେ ୩ଯି ଗୋଲ୍ , ଆଶିଷ ଖେସ୍ ୧୮ ଓ ୨୫ ମିନିଟରେ ଦୁଇଟି ଓ ସଞ୍ଜୟ ଇକ୍କା ୪୩ ମିନିଟରେ ଗୋଟିଏ ଗୋଳ ଦେଇ ଦଳକୁ ବିଜୟୀ କରାଇଥିଲେ । ତାମିଲନାଡୁ ଶେଷ ପର୍ଯ୍ୟନ୍ତ ଗୋଲ ଖାତା ଖୋଲି ନ ଥିଲା ।