ଝାଡାବାନ୍ତିରେ ୧୫୦ ଆକ୍ରାନ୍ତ

ଝାଡାବାନ୍ତିରେ ୧୫୦ ଆକ୍ରାନ୍ତ

ଝାଡାବାନ୍ତିରେ ୧୫୦ ଆକ୍ରାନ୍ତ
ଜଳେଶ୍ୱର: ବାହାଘର ଭୋଜି ଖାଇ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ହୋଇଛି । ୧୭ଜଣ ଅସୁସ୍ଥ ହୋଇ ଜଳେଶ୍ୱରପୁର ମେଡିକାଲରେ ଚିକିତ୍ସା ହେଉଛନ୍ତି । ଆଉ ବାକି ଆକ୍ରାନ୍ତ ହୋଇଥିବା ଗାଁରେ ଅସ୍ଥାୟୀ ହେଲଥ କ୍ୟାମ୍ପରେ ଚିକିତ୍ସା ହେଉଛନ୍ତି । ଭୋଜି ଖାଇ ଝାଡାବାନ୍ତି ହୋଇଥିବାରୁ ବର କନ୍ୟାଙ୍କ ସହିତ ୧୫୦ରୁ ଉଦ୍ଧ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ଭୋଗରାଇ ବ୍ଲକ ରାଣୀ ବସାଣ ଗାଁରେ ବିବାହ ଭୋଜି ଖାଇଥିଲେ ସମସ୍ତେ । ଖାଦ୍ୟ ବିଷାକ୍ତରୁ ଝାଡାବାନ୍ତି ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଟିମର ଚିକିତ୍ସା କରୁଛନ୍ତି ।