ଭାରତୀୟ ନୌ-ସେନା ଦିବସ

ଭାରତୀୟ ନୌ-ସେନା ଦିବସ

ଭାରତୀୟ ନୌ-ସେନା ଦିବସ
ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତର ‘ନୌସେନା ଦିବସ’ ପାଳିତ ହୁଏ । ବିଶାଖପାଟ୍ଟନମ ସ୍ଥିତ ଇଷ୍ଟର୍ନ ନେଭାଲ କମାଣ୍ଡ ଆନୁକୁଲ୍ୟରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଯଥା ନେଭି ବଲ୍, ନେଭି କ୍ୱିନ୍, ନେଭି ଫେସଟା ଭାରତ-ପାକିସ୍ତାନ ଯୁଦ୍ଧ କାଳରେ ୪ ଡିସେମ୍ବର ୧୯୭୧ ରେ ଭାରତୀୟ ନୌ-ସେନା କରାଚୀ ବନ୍ଦର ଆକ୍ରମଣ କରିଥିଲା । ଆକ୍ରମଣର ସାଙ୍କେତିକ ନାମ ଥିଲା ‘ଟ୍ରାଇଜେଣ୍ଟ’ । ଆକ୍ରମଣର ଫଳ ସ୍ୱରୂପ ପାକିସ୍ତାନୀ ନୌ-ସେନାର ଡେଷ୍ଟ୍ରୟର ‘ପିଏନଏସ୍ ଖାଇବର’ ଓ ମାଇନସ୍ୱିପର ‘ପିଏନ୍ଏସ ମୁହାଫିଜ’ ଧ୍ୱଂସ ହୋଇଯାଇଥିଲା । ୭୨୦ ପାକିସ୍ତାନୀ ନୌ-ସୈନିକ ପ୍ରାଣ ହରାଇଥିଲେ । ତେଣୁ ୪ ଡିସେମ୍ବର ଭାରତ ପାଇଁ ଏକ ବିଜୟ ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କୁ ‘ଭାରତୀୟ ନୌ-ସେନାର ଜନକ’ କୁହାଯାଏ । ଭାରତୀୟ ନୌ-ସେନାର କର୍ମଚାରୀ ସଂଖ୍ୟା ଏବେ ୬୭,୨୫୨ । ୧୩୭ ଜାହାଜ, ୨୪୬ ଉଡ଼ାଜାହାଜ, ଗୋଟିଏ ଆଣବିକ ବୁଡ଼ାଜାହାଜ, ପନ୍ଦରଟି ପାରମ୍ପରିକ ବୁଡ଼ାଜାହାଜ, ତେରଟି ଫି୍ରଗେଟ୍, ଏଗାରଟି ଡେଷ୍ଟ୍ରୟର, ସାତଟି ମାଇନିଂ କାଉଣ୍ଟର ମେକର ଭେସଲ୍, ବାଇଶଟି କର୍ଭେଟ୍, ଦଶଟି ବଡ଼ ପାଟ୍ରୋଲିଂ ଭେସଲ୍ ଓ ଗୋଟିଏ ଏଆର କ୍ରାଫ୍ଟ କାରିୟର ଆମ ନୌ-ସେନାର ଗର୍ବ ଗୌରବ ।