କଦଳୀ ଗୋଟାକ ୮୭୦୦୦ ଟଙ୍କା

କଦଳୀ ଗୋଟାକ ୮୭୦୦୦ ଟଙ୍କା

କଦଳୀ ଗୋଟାକ ୮୭୦୦୦ ଟଙ୍କା
ଗୋଟିଏ କଦଳୀର ଦାମ କେତେ ହେଇପାରେ? ୫ବା ୧୦ଟଙ୍କା । ମାତ୍ର ବ୍ରିଟେନରେ ନାଟିଂଘମରେ ଥିବା ଜଣେ ମହିଳାଙ୍କ ସହ ଏମିତି କିଛି ହୋଇଛି, ଯାହା ଅପାଣଙ୍କୁ ଦୋହଲାଇ ଦେବ । ବାବି ଗାର୍ଡେନ ନାମକ ଏହି ମହିଳା ନିଜ ସହରରେ ସୁପର ମାର୍କେଟ ଚେନରୁ ଅନଲାଇନ୍ କିଣାକିଣି ପାଇଁ ତାଲିକା ପ୍ରସ୍ତୁତ କରିଥିଲେ । ସେହି ତାଲିକାରେ ଫଳ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ମହିଳା ଜଣକ ଜିନିଷପତ୍ର ଅର୍ଡର କରିବା ସମୟରେ ବିଲ ପାଖାପାଖି ୧୦୦ପାଉଣ୍ଡ ରହିଥିଲା । ମାତ୍ର ଘରେ ଜିନିଷପତ୍ର ପହଂଚାଇବେଳେ ତାଙ୍କ ହୋସ୍ ଉଡିଯାଇଥିଲା । କାରଣ, ବିଲରେ ଗୋଟିଏ କଦଳୀର ମୂଲ୍ୟ ଥିଲା ୯୩୦ ପାଉଣ୍ଡ ଅର୍ଥାତ ପ୍ରାୟ ୮୭୦୦୦ଟଙ୍କା । କଦଳୀର ମୂଲ୍ୟ ଦେଖି ସେ ବେହୋସ ହୋଇପଡିଥିଲେ । ପରେ ମହିଳା ଜଣକ ଏହି ବିଲର ଫଟୋ କପି ଟ୍ୱିଟରରେ ଟ୍ୱିଟ କରିଥିଲେ । ଯାହା ଖୁବଶୀଘ୍ର ଭାଇରାଲ ହୋଇଯାଇଥିଲା । ଯାହାଫଳରେ ଅନଲାଇନ କମ୍ଫାନୀ ନିଜର ଭୁଲ ସ୍ୱୀକାର କରିଥିଲେ ।