ଆଜିଠୁ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ

ଆଜିଠୁ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ

ଆଜିଠୁ ମଣିଷ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ
ଲଣ୍ଡନ: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ଅଟକାଇବା ଲାଗି ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଛି । ଗତ ଡିସେମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀକୁ ରୋକିବା ଲାଗି ଏ ପର୍ଯ୍ୟନ୍ତ କୌଣସି ଟିକା ବାହାରିପାରିନାହିଁ । ତେବେ ଟିକା ପାଇଁ ବିଭିନ୍ନ ସଂସ୍ଥା ଦ୍ୱାରା ଦିନରାତି ଗବେଷଣା ଚାଲିଥିବା ବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଟିମ୍‍ ଏ ଦିଗରେ ଆଗେଇଥିବାର ଖବର ମିଳିଛି । ଏହି ଟିମର ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଡ୍ରିଆନ ହିଲ ଏହି ସୂଚନା ଦେଇ କହିଛନ୍ତି ଯେ ଏହି ଗବେଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନୁଷ୍ୟ ଦେହରେ ଏହାର ପ୍ରୟୋଗ କରାଯାଇ ପରୀକ୍ଷା କରାଯିବ । ଏଥିଲାଗି ୫୧୦ ଜଣ ବ୍ୟକ୍ତି ନିଜ ଆଡୁ ଆଗ୍ରହ ପ୍ରକାଶ କରିଛନ୍ତି । ସେମାନଙ୍କ ଦେହରେ ଏହାର ପ୍ରୟୋଗ କରାଯିବ । ତେବେ ଏଥିପାଇଁ ଅନେକ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ପରୀକ୍ଷା ସଫଳ ହେଲେ ଅଳ୍ପ କେତେ ମାସ ଭିତରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଗବେଷଣାରେ ବିଶ୍ୱର ୭ଟି କମ୍ପାନୀ ସାମିଲ ହୋଇଛନ୍ତି । ଏଥିରେ ଭାରତର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ରହିଛି । ସେ ଆହୁରି କହିଛନ୍ତି ଯେ ଯେଉଁ ଜ୍ଞାନକୌଶଳ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି ତାହା ଅତୀତରେ ସଫଳ ହେବ ବୋଲି ତାଙ୍କର ଆଶା ରହିଛି । ଏହି ପରୀକ୍ଷା ସଫଳ ହେଲେ ଦୁଇ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଡୋଜ ତିଆରି କରାଯାଇପାରିବ ।