ଟ୍ରାଫିକ୍ ନିୟନ୍ତ୍ରଣ କରୁଛି ୬ ବର୍ଷର ସାଇପ୍ରସାଦ

ଟ୍ରାଫିକ୍ ନିୟନ୍ତ୍ରଣ କରୁଛି ୬ ବର୍ଷର ସାଇପ୍ରସାଦ

ଟ୍ରାଫିକ୍ ନିୟନ୍ତ୍ରଣ କରୁଛି ୬ ବର୍ଷର ସାଇପ୍ରସାଦ
ଭୁବନେଶ୍ୱର: ମା’ମୋତେ ଟ୍ରାଫିକ ପୁଲିସ ପୋଷାକ ପିନ୍ଧାଇ ଦିଅ । ମୁଁ ଟ୍ରାଫିକ ପୁଲିସ ହୋଇ ଟ୍ରାଫିକ ଜଗିବି । ଲୋକଙ୍କୁ ଯିବା ଆସିବାରେ ସହଯୋଗ କରିବି । ପ୍ରତିଦିନ ସନ୍ଧ୍ୟା ହେବା ମାତ୍ରେ ମା’ଙ୍କ ପାଖରେ ଏମିତି ଅଝଟ କରେ ସାଇପ୍ରସାଦ । ବୟସ ମାତ୍ର ୬ ବର୍ଷ । ଏ ବୟସରେ ତାକୁ ଘାରିଛି ଟ୍ରାଫିକ ପୁଲିସ ହେବାର ନିଶା । ସାଇ ପ୍ରସାଦ ବେଉରା କେନ୍ଦ୍ରୀୟ ବିଦ୍ୟାଳୟର ୧ମ ଶ୍ରେଣୀ ଛାତ୍ର । ପାଠପଢ଼ା ସହିତ ସେ ସ୍ୱେଚ୍ଛାକୃତ ଭାବେ ସାଜିଛି ଟ୍ରାଫିକ ଭଲୁ୍ୟଣ୍ଟର । ତାର ଏ ଏହି ନିଶା ଆଜିକାଲିର ନୁହେଁ ଦୀର୍ଘ ଦୁଇ ବର୍ଷର । ସ୍କୁଲ ପରେ ସନ୍ଧ୍ରା ହେବା ମାତ୍ରେ ବାପାଙ୍କ ହାତ ଧରି କଳିଙ୍ଗ ଷ୍ଟାଡିୟମ ଛକରେ ପହଞ୍ଚିଯାଏ । ଆଉ ଘଣ୍ଟା ଘଣ୍ଟା କଳିଙ୍ଗ ଷ୍ଟାଡିୟମ ଛକ ପାଖରେ ଛିଡ଼ା ହୋଇ ନାଲି ନୀଳ ଲାଇଟ୍ ଦେବି ଲୋକଙ୍କୁ ଇସାରା ଦେଇ ଟ୍ରାଫିକ ନିୟନ୍ତ୍ରଣ କରେ । ସାଇର ହୁଇସିଲ ମାରିବା ସୁବଠାରୁ ନିଆରା । ଟିଭି କିମ୍ବା ପେପରେ ଟ୍ରାଫିକ ସମ୍ପର୍କିତ ନୁ୍ୟଜ ଦେଖିବା ମାତ୍ରେ ସେଇଠି ଅଟକି ଯାଏ । ସଡ଼କ ଦୁର୍ଘଟଣାରେ ଚାଲିଯାଉଥିବା ନିରୀହ ଜୀବନ ପାଇଁ ଦୁଃଖ ପ୍ରକାଶ କରେ । ସାଇ ପ୍ରସାଦର ମା’ କୁହନ୍ତି ପୁଅ ଭବିଷ୍ୟତରେ ଟ୍ରାଫିକ ପୁଲିସ ହେବ । ଭଉଣୀ ସହିତ ସ୍କୁଲ ଯିବା ସମୟରେ ଟ୍ରାଫିକ ସିଗନାଲ ଦେଖି ଏ ଅଜବ ନିଶା ତାକୁ ଘାରିଛି । ସନ୍ଧ୍ୟା ହେଲେ ସାଇର ମନ ଘର ଧରେନା । ସେଥିପାଇଁ ଆମେ ସ୍କୁଲରୁ ଆସିବା ପରେ ତାକୁ ନେଇ ଯାଉ ଷ୍ଟାଡିୟମ ଛକ ପାଖକୁ । ଦୁଇରୁ ତିନି ଘଣ୍ଟା ଛକରେ ଟ୍ରାଫିକ ପୁଲିସ ସହିତ ଜଗିବା ପରେ ଘରକୁ ଆସେ । ତା ପରେ ପଢ଼ାପଢ଼ି କରେ ।