ଡ଼ାଲିଜାତୀୟ ଫସଲର ସମନ୍ୱିତ ପରିଚାଳନା ଉପରେ ପ୍ରଶିକ୍ଷଣ ଶିବିର

ଡ଼ାଲିଜାତୀୟ ଫସଲର ସମନ୍ୱିତ ପରିଚାଳନା ଉପରେ ପ୍ରଶିକ୍ଷଣ ଶିବିର

ଡ଼ାଲିଜାତୀୟ ଫସଲର ସମନ୍ୱିତ ପରିଚାଳନା ଉପରେ ପ୍ରଶିକ୍ଷଣ ଶିବିର
କଟକ(୯/୯) - ସଦା ମନ୍ଦାକିନୀର ଧାରା ପ୍ରବାହିତ ଯାହାର ସଭ୍ୟତାର ଆଦ୍ୟ ଓଁକାର ଆଉ ଅର୍ଥନୀତିର ଏନ୍ତୁଡ଼ିଶାଳ , ତାହା ହିଁ କୃଷି । ସୁନେଲି ସକାଳର ପହିଲି କିରଣ ସହ ଗାଁର କ୍ଷେତରେ ଆରମ୍ଭ ହୁଏର ଚାଷର ପର୍ବ । କୃଷି ଏକ ଜୀବିକା ନୁହେଁ , ବରଂ ଧରିତ୍ରୀମାତା ସହିତ ମାନବର ଏକ ଅପୂର୍ବ ସମନ୍ୱୟ । ଯାହାକୁ କେବେ ବ୍ୟବସାୟର ରୂପ ଦିଆଯାଇପାରେନି କାରଣ ଥରେ ଯିଏ ଚାଷର ମହତ୍ତ୍ୱକୁ ଉପଲବ୍ଧô କରିଛି ସେ ହିଁ ଜାଣିପାରିଛି ଏହାର ବାସ୍ତବିକତାର ଅନୁଭବକୁ । ପରିସର ସୀମିତ ହେଲେ ବି କୃଷିର ଗୁରୁତ୍ୱ ଆଜିବି ସମସ୍ତେ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଟଳ ଯୋଜନାର ପରିସରକୁ ବ୍ୟାପକ କରିବା ଲକ୍ଷ୍ୟରେ ୧ଲକ୍ଷ ଚାଷୀଙ୍କୁ ସେମାନଙ୍କର କୋ÷ଶଳ ବିକାଶର ତାଲିମ ପ୍ରଦାନ କରାଯାଉଛି । ଏହାରି ଭିତରେ ଆଜି କଟକର ଖେଣ୍ଟାଳୋ ଠାରେ ଚାଲିଥିବା ୧୦ଦିନିଆ କୃଷକ ତାଲିମ ଶିବିରରେ ଚାଷୀମାନଙ୍କୁ ଡ଼ାଲିଜାତୀୟ ଫସଲ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ମୁଗ , ବିରି ଫସଲର ବିଭିନ୍ନ ୋଗପୋକ ପରିଚାଳନା ସହ ଗୁଣାତ୍ମକ ମାନକୁ କିପରି ବୃଦ୍ଧି କରାଯାଇପାରିବ , ସେ ସମ୍ପର୍କରେ ଛାତ୍ରମାନେ ବୁଝାଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଭିତରେ କ୍ଷେତ ପ୍ରଦର୍ଶନ କୃଷି ଓ କୃଷକ ମଧ୍ୟରେ ଏକ ବାସ୍ତବ ଉବଲବ୍ଧô । ତେଣୁ ଏହି କ୍ଷେତ ପ୍ରଦର୍ଶନ ସମୟରେ ଚାଷୀମାନଙ୍କୁ ମାଟିର ଗୁଣବତ୍ତା ସମ୍ପର୍କରେ ତାଲିମ ଦିଆଯାଇଥିଲା । ମାଟି ପରୀକ୍ଷା କରିବାର କୋ÷ଶଳ ସହିତ ବିଭିନ୍ନ ପ୍ରକାର ମାଟି , ଏହାର ସମସ୍ୟା ଓ ପ୍ରତିକାର ବିଷୟରେ ବୁଝାଯାଇଥିଲା । ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଲିଖିତ ପଟ୍ଟନାୟକ ଓ ଭୀଷ୍ମ ପ୍ରକାଶ ଘଢେ଼ଇ ଏହି ଶିବିରରେ ପାଖାପାଖି ୧୦୦ଜଣ ଚାଷୀଙ୍କୁ ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ସହ ସେମାନଙ୍କୁ ଉଦ୍ୟୋଗୀ କରିବା ଦିଗରେ ସାହାଯ୍ୟ କରିବ ବୋଲି ସ୍ନେହ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପ୍ରଭାସ ମହାନ୍ତି କହିଥିଲେ । କାର୍ଯ୍ୟକ୍ରମକୁ ଅଭିମନୁ୍ୟ ସାହୁ ପରିଚାଳନା କରିଥିଲେ ।