ଫାଇନାଲ ମ୍ୟାଚରେ ରେଷ୍ଟ ଅଫ ଓଡିଶା ଟିମ

ଫାଇନାଲ ମ୍ୟାଚରେ ରେଷ୍ଟ ଅଫ ଓଡିଶା ଟିମ

ଓସିଏ ପକ୍ଷରୁ ଆୟୋଜିତ ୧୯ ବର୍ଷ କମ ଆନ୍ତଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ ର ଫାଇନାଲ ମ୍ୟାଚ ରେ ରେଷ୍ଟ ଅଫ ଓଡିଶା ଟିମ ବାଜି ମାରିଛି। ଖୋର୍ଦ୍ଧା କୁ ସାତ ୱକେଟ ରେ ପରାସ୍ତ କରିଛି ରେଷ୍ଟ ଅଫ ଓଡିଶା।ପ୍ରଥମେ ବ୍ୟାଟିଂ କରି ଖୋର୍ଦ୍ଧା 31 ଓଭର 4 ଟା ବଲ ରେ 97 ରନ ରେ ଅଲ ଆଉଟ ହୋଇଯାଇଥିଲା। 98 ରନର ବିଜୟ ଲକ୍ଷ କୁ ରେଷ୍ଟ ଅଫ ଓଡିଶା 27 ଓଭର 2 ଟି ବଲ ରେ 3 ୱକେଟ ହରାଇ ଏହି ବିଜୟ ହାସଲ କରିଥିଲା। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵ ରେ ଅତିଥି ଭାବରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା , ରଣଜୀ ଖେଳାଳି ନଟରାଜ ବେହେରା , ପ୍ରଭଞ୍ଜନ ମଲ୍ଲିକ ଙ୍କ ସମେତ ଓସିଏ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବିଜୟୀ ଦଳ ଓ ରନର୍ସପ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଂଟ ରେ ବହୁ ପ୍ରତିଭା ମାନଙ୍କୁ ଓସିଏ ଚିହ୍ନଟ କରିଛି , ଯେଉଁମାନେ ଆଗାମୀ ଦିନରେ ଓଡିଶା ପାଇଁ ଭଲ ପଦର୍ଶନ କରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ।