ପାକ କ୍ୟାପଟେନଙ୍କୁ ଧମକ : ଭାରତଠୁ ହାରିଲେ ଘରକୁ ଆସିବନି
ପାକ କ୍ୟାପଟେନଙ୍କୁ ଧମକ : ଭାରତଠୁ ହାରିଲେ ଘରକୁ ଆସିବନି
ମୁମ୍ବାଇ : ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ବର୍ଷ ବର୍ଷ ଧରି ଚାଲିଆସିଛି । ତେବେ ଏହି ତିକ୍ତତା ସୀମାରେ ଯେତିକି ଦେଖିବାକୁ ମିଳେ କ୍ରିକେଟ ମଇଦାନରେ ବି ସେତିକି ଦେଖିବାକୁ ମିଳେ । ଉଭୟ ଦେଶର ଫ୍ୟାନମାନେ ନିଜ ଦେଶର ଜୟକୁ ନେଇ ଯେତିକି ଉଲ୍ଲସିତ ହୁଅନ୍ତି, ପରାଜୟରେ ସେତିକି ମ୍ରିୟମାଣ ଓ କ୍ରୋଧିତ ହେଉଥିବାର ନଜିର ରହିଛି ।
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟ୍ୱେଂଟି ଟ୍ୱେଂଟି ବିଶ୍ୱକପ । ଅକ୍ଟୋବର ୨୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ୟୂଏଇ ଗସ୍ତ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମ ଟ୍ୱିଟରରେ ଟିମର ଫଟୋ ପକାଇଥିଲେ । ଯେଉଁଥିରେ ତାଙ୍କର ଫ୍ୟାନମାନେ ଲେଖିଛନ୍ତି, ଅକ୍ଟୋବର ୨୪ ମ୍ୟାଚ ଯଦି ନଜିତିବେ ତେବେ ଘରକୁ ଆସିବେନି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଏବେବି କ୍ରିକେଟ ଫ୍ୟାନମାନେ ଖେଳକୁ ଖେଳ ଭଳି ନଦେଖି ଯୁଦ୍ଧ ଭଳି ଦେଖୁଥିବାରୁ ଅନେକ ଏହାର ନିନ୍ଦା ବି କରିବାକୁ ପଛାଉନାହାନ୍ତି ।




admin 