ଦିବାରାତ୍ର ଟେଷ୍ଟ୍ ପାଇଁ କୋହଲି ରାଜି: ଗାଙ୍ଗୁଲି

ଦିବାରାତ୍ର ଟେଷ୍ଟ୍ ପାଇଁ କୋହଲି ରାଜି: ଗାଙ୍ଗୁଲି

ଦିବାରାତ୍ର ଟେଷ୍ଟ୍ ପାଇଁ କୋହଲି ରାଜି: ଗାଙ୍ଗୁଲି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ନୁ୍ୟଜିଲାଣ୍ଡ୍ ମଧ୍ୟରେ ୨୦୧୫ ମସିହାରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳାଯାଇଥିଲା । ଏହାର ୪ ବର୍ଷ ପରେ ବିଶ୍ୱର ଏକ ନମ୍ବର ଟେଷ୍ଟ୍ ଦଳ ଭାରତ ଫ୍ଲଡ୍ ଲାଇଟ୍ରେ ଟେଷ୍ଟ୍ ଖେଳିବାକୁ ଆଗ୍ରହ ଦେଖାଇଛି । ବିସିସିଆଇର ନବନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲି ଏଭଳି ଆଭାସ ଦେଇଛନ୍ତି । ପୂର୍ବରୁ ଏଥି ଲାଗି ଭାରତୀୟ ଦଳ ଏବଂ ଅଧିନାୟକ ବିରାଟ କୋହଲି ରାଜି ହେଉନଥିବା ରିପୋର୍ଟମାନ ପ୍ରକାଶ ପାଉଥିଲା । ଗାଙ୍ଗୁଲି କିନ୍ତୁ କହିଛନ୍ତି, କୋହଲି ଦିବାରାତ୍ର ଟେଷ୍ଟ୍ ପାଇଁ ରାଜି ଅଛନ୍ତି । ଏହା ଜୀବନକୁ ସହଜ କରି ଦେବ । କ୍ରିକେଟ୍ ମଧ୍ୟ ଆଗକୁ ବଢ଼ିବାକୁ ବାଧ୍ୟ ବୋଲି ଶୁକ୍ରବାର ଗାଙ୍ଗୁଲି ପ୍ରକାଶ କରିଛନ୍ତି । ଆମେ ଏ ସମ୍ପର୍କରେ ଚିନ୍ତା କରୁଛୁ, କିନ୍ତୁ କେବେ ଏହା ହେବ ମୁଁ କହିପାରିବି ନାହିଁ । କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ନିଶ୍ଚିତ ଏହି ଦାବି ରଖିବି ବୋଲି ଗାଙ୍ଗୁଲି କହିଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ଚାହୁଁଛି ଆଡିଲେଡରେ ପ୍ରତିବର୍ଷ ଦିବାରାତ୍ର ଟେଷ୍ଟ୍ ଖେଳିବାକୁ । ଭାରତ ଚଳିତ ବର୍ଷର ସଫଳ ଅଷ୍ଟ୍ରେଲିଆ ଗସ୍ତ ବେଳେ ମଧ୍ୟ କୋହଲି ସେନା ଏହା ଖେଳିନଥିଲା । କିନ୍ତୁ ଭାରତର ପରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତ ୨୦୨୦-୨୧ ବେଳକୁ ବିସିସିଆଇକୁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରବର୍ତ୍ତାଇବ ବୋଲି ଏହାର ମୁଖ୍ୟ କେଭିନ୍ ରବର୍ଟସ୍ ପ୍ରକାଶ କରିଛନ୍ତି । ବର୍ତ୍ତମାନର ଆଇସିସି ନିୟମ ଅନୁସାରେ ଘରୋଇ ଦଳର ଖେଳସୂଚୀକୁ ଭ୍ରମଣକାରୀ ଦଳ ମାନିବାକୁ ବାଧ୍ୟ ନୁହେଁ । କିନ୍ତୁ ନିକଟ ଭବିଷ୍ୟତରେ ଏହି ନିୟମ ପରିବର୍ତନ ହେବା ସମ୍ଭାବନା ରହିଛି ।