ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ

ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ

ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ

ଟୋକିଓ:  ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଖରାପ ଖବର ।  ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ ହୋଇଛନ୍ତି ।  ମହିଳା ବକ୍ସିଂ ଫ୍ଲାଇୱେଟରେ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ ହୋଇଛନ୍ତି । 

ପ୍ରିକ୍ୱାର୍ଟରରେ ପ୍ରତିପକ୍ଷ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ମେରିକୋମ ହାରିଯାଇଛନ୍ତି । ଏଥିସହ ତାଙ୍କ ଠାରୁ ପଦକ ଆଶା କରିଥିବା ଭାରତୀୟ ଆଶା ଆଶାରେ ହିଁ ରହିଯାଇଛି । 

ଅନ୍ୟପକ୍ଷରେ  ଅଲିମ୍ପିକର ଷଷ୍ଠ ଦିନ ଗୁରୁବାର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଖୁବ୍ ଭଲ ଥିଲା । ଏହା ସହିତ ଭାରତୀୟ ଖେଳାଳିମାନେ ପଦକ ପାଇବାର ଆଶା ସୃଷ୍ଟି କରିଛନ୍ତି । ଭାରତକୁ ଏପର୍ୟ୍ୟନ୍ତ କେବଳ ଗୋଟିଏ ରୌପ୍ୟ ପଦକ ମିଳିଛି । ଭାରତୀୟ ହକି ଟିମ୍ ତୃତୀୟ ବିଜୟ ସହିତ କ୍ବାଟର ଫାଇନାଲରେ ସ୍ଥାନ ପାଇଛି । ସେଭଳି ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମଧ୍ୟ ଲଗାତାର ତୃତୀୟ ବିଜୟ ସହିତ ଅନ୍ତିମ-୮ ରେ ପ୍ରବେଶ କରିଛନ୍ତି । ବକ୍ସିଂ ଓ ତୀରଚାଳନାରେ ଭାରତ ବିଜୟୀ ହୋଇଛି । ୨୦୧୬ ରିଓ ଅଲିମ୍ପିକରେ ଭାରତକୁ କେବଳ ଦୁଇଟି ପଦକ ମିଳିଥିଲା । କିନ୍ତୁ ଏଥର ଭାରତୀୟ ଖେଳାଳି ଦେଶ ପାଇଁ ଆହୁରି ପଦକ ଆଣିବେ ।

ପିଭି ସିନ୍ଧୁ ଡେନମାର୍କର ମିୟା ବ୍ଲିଚଫେଷ୍ଟଙ୍କୁ ସିଧାସଳଖ ୨୧-୧୨, ୨୧-୧୨ରେ ପରାଜିତ କରି କ୍ବାଟର ପାଇନାଲରେ ପ୍ରବେଶ କରିଛନ୍ତି । ପିଭି ସିନ୍ଧୁ ୨୦୧୬ ରେ ରିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ । ସେ ଏଭଳି କରିଥିବା ଦେଶର ପ୍ରଥମ ମହିଳା ଭାରତୀୟ ଖେଳାଳି ଥିଲେ । ସେ ଦୁଇଟି ମୁକାବିଲାରେ ଯଦି ଆହୁରି ଜିତି ନିଅନ୍ତି ତେବେ ତାଙ୍କର ପଦକ ପାଇବା ପକ୍କା ହୋଇଯିବ । ସିନ୍ଧୁ ୩୦ ଜୁଲାରେ ଜାପାନର ଅକକୋନି ୟାମାଗୁଚିଙ୍କ ସହ ମୁହାଁମୁହିଁ ହେବେ ।

ସେଭଳି ଅନ୍ୟପକ୍ଷେ ଭାରତୀୟ ହକି ଟିମ୍ ନିଜର ଚତୁର୍ଥ ମୁକାବିଲାରେ ୨୦୧୬ ରିଓ ଅଲିମ୍ପିକର ଗୋଲ୍ଡ ମେଡାଲିଷ୍ଟ ଆର୍ଜେଣ୍ଟିକା ଟିମ୍‌କୁ ୩-୧ରେ ପରାସ୍ତ କରିଛି । ଟିମ୍‌ର ଚାରୋଟି ମ୍ୟାଚ ମଧ୍ୟରୁ ଏହା ହେଉଛି ତୃତୀୟ ବିଜୟ । ଭାରତୀୟ ହକି ଟିମ୍‌କୁ ନ୍ୟୁଜିଲାଣ୍ଡ, ସ୍ପେନ୍ ଓ ଆର୍ଜେଣ୍ଟିକା ବିରୋଧରେ ଜିତି ସାରିଛି। ଭାରତ କେବଳ ଅଷ୍ଟେ୍ରଲିଆଠାରୁ ହାରିଛି ।  ଟିମ୍‌ ଗ୍ରୁପ୍‌-ଏ’ରେ ନିଜର ଅନ୍ତିମ ମୁକାବିଲାରେ ୩୦ ଜୁଲାଇରେ ଆୟୋଜକ ଜାପାନ ସହିତ ଲଢେଇ କରିବ । ଜାପାନ ଏପର୍ୟ୍ୟନ୍ତ ୪ ମ୍ୟାଚ୍‌ ଖେଳି କେଉଁଟିରେ ମଧ୍ୟ  ଜିତିପାରିନି ।

ପୁରୁଷ ତୀରଚାଳନା ପ୍ରତିଯୋଗିତାରେ ଆଜି ଭାରତୀୟ ତୀରନ୍ଦାଜ ଅତନୁ ଦାସ ଟୋକିଓ ଅଲିମ୍ପିକ୍ସ୍‌ର ପ୍ରି-କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି । ଦୁଇ ଥର ଅଲିମ୍ପିକ୍ସ୍‌ ସ୍ବର୍ଣ୍ଣପଦକ ପ୍ରାପ୍ତ ଦକ୍ଷିଣ କୋରିଆର ଓହ୍‌ ଜିନ୍‌ହିୟେକ୍‌ଙ୍କୁ ଅତନୁ ପରାସ୍ତ କରିଛନ୍ତି ।