ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଓଭାଲ: ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଓଭାଲ ପଡି଼ଆରେ ଆଜିଠୁ(ଗୁରୁବାର) ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ ମ୍ୟାଚ । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।

ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟର ସ୍ବାଦ ଚାଖିଛି ଇଂଲଣ୍ଡ। ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ଭାରତ କେବଳ ୭୬ କରି ଅଲଆଉଟ ହୋଇଥିଲା । ଚତୁର୍ଥ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛି ବିରାଟ ବାହିନୀ ।ଅନ୍ୟପଟେ ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଓଭାଲ ଗ୍ରାଉଣ୍ଡରେ ଦେହରାଇବାକୁ ଲକ୍ଷ୍ୟ ରଖିଛି ଟିମ ଇଂଲଣ୍ଡ । ଭାରତ ପୁଣି ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି । ତୃତୀୟ ଟେଷ୍ଟରେ ବିଜୟୀ ହେବାପରେ ଇଂଲଣ୍ଡର ମନୋବଳ ବଢିଛି । ବ୍ୟାଟ୍ସମ୍ୟାନ ଫର୍ମରେ ଅଛନ୍ତି । ଚତୁର୍ଥ ଟେଷ୍ଟରେ ମଧ୍ୟ ସମାନ ଖେଳ ଦେଖାଇବାକୁ ପ୍ରସ୍ତୁତ ରହିଛ ଇଂଲଣ୍ଡ ଦଳ ।