ଜିଡିପି: ଗ୍ୟାସ, ଡିଜେଲ, ପେଟ୍ରୋଲ

ଜିଡିପି: ଗ୍ୟାସ, ଡିଜେଲ, ପେଟ୍ରୋଲ

ଜିଡିପି: ଗ୍ୟାସ, ଡିଜେଲ, ପେଟ୍ରୋଲ


ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ । ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇବାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ମୋଦି ସରକାର କହୁଛନ୍ତି ଯେ ଦେଶର ଜିଡିପି ବଢ଼ୁଛି । ବୋଧହୁଏ, ମୋଦି ସରକାରଙ୍କ ପାଇଁ ଜିଡିପିର ଅର୍ଥ ଗ୍ୟାସ, ଡିଜେଲ, ପେଟ୍ରୋଲ । ସେଇ ହିସାବରେ ମୋଦି ସରକାର ଜିଡିପି ବଢ଼ୁଥିବା ଦାବି କରୁଛନ୍ତି ବୋଲି ରାହୁଲ କଟାକ୍ଷ କରି କହିଛନ୍ତି ।

  ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ୨୦୧୪ରେ ଉପା ସରକାର କାର୍ଯ୍ୟକାଳ ସରିବାବେଳେ ଗ୍ୟାସ ସିଲିଣ୍ଡର ଦର ଥିଲା ୪୧୦ ଟଙ୍କା । ଏବେ ୮୮୫ ଟଙ୍କା ହେଲାଣି । ମୋଦି ସରକାରଙ୍କ ସମୟରେ ସିଲିଣ୍ଡର ମୂଲ୍ୟ ୧୧୬% ବଢ଼ିଛି । ସେହିପରି ଡିଜେଲ ଦର ୨୦୧୪ରେ ଥିଲା ୫୭ ଟଙ୍କା । ଏବେ ଡିଜେଲ ଲିଟର ୮୮ ଟଙ୍କା । ୫୫% ବଢ଼ିଛି ଦର । ୨୦୧୪ରେ ପେଟ୍ରୋଲ ଲିଟର ୭୧ ଟଙ୍କା ୫୦ ପଇସା ଥିବାବେଳେ ଏବେ ୧୦୧ ଟଙ୍କା । ମୂଲ୍ୟ ବଢ଼ିଛି ୪୨% ।  ମୋଦି ସରକାର ଜିଡିପି (ଗ୍ୟାସ, ଡିଜେଲ, ପେଟ୍ରୋଲ)ରୁ ୨୩ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି । ଏ ଟଙ୍କା କୁଆଡେ଼ ଗଲା? ଅନ୍ୟପକ୍ଷରେ ଦେଶର ସଂପତିକୁ ମୋଦି ସରକାର ବିକ୍ରି କରୁଥିବା ରାହୁଲ ଅଭିଯୋଗ କରିଛନ୍ତି ।