ତିନି ତଲାକ ବିଲକୁ ରାଷ୍ଟପତିଙ୍କ ମଞ୍ଜୁରି

ତିନି ତଲାକ ବିଲକୁ ରାଷ୍ଟପତିଙ୍କ ମଞ୍ଜୁରି

ତିନି ତଲାକ ବିଲକୁ ରାଷ୍ଟପତିଙ୍କ ମଞ୍ଜୁରି
ନୂଆଦିଲ୍ଲୀ: ତିନି ତଲାକ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ବର୍ତମାନ ଆଇନରେ ପରିଣତ ହୋଇଛି ତିନି ତଲାକ ବିଲ୍ । ତିନି ତଲାକ୍ ବିଲ୍ ନିୟମ ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ମଙ୍ଗଳବାର ଦିନ ରାଜ୍ୟସଭାରେ ତିନି ତଲାକ୍ ବିଲ ପାସ୍ ହୋଇଥିଲା । ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଆଜି ରାଷ୍ଟ୍ରପତି ତିନି ତଲାକ ବିଲକୁ ମଞ୍ଜୁରୀ ଦେଇଛନ୍ତି । ମୁସଲମାନ ମହିଳାଙ୍କ ସମ୍ମାନ ଓ ବିବାହ ଅଧିକାର ସୁରକ୍ଷା ଲାଗି ଅଭିପ୍ରେତ ତିନି ତଲାକ୍ ୨୦୧୯ ବିଧେୟକ ଶେଷରେ ରାଜ୍ୟସଭାରେ ଗୃହୀତ ହୋଇଛି । ଏଣିକି ତୁରନ୍ତ ତୁରନ୍ତ ତିନି ତଲାକ ଦେବା ଫୌଜଦାରୀ ଅପରାଧ ଭାବେ ବିବେଚିତ ହେବ । ଏଥିପାଇଁ ଅଭିଯୁକ୍ତ ସ୍ୱାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବ ।