ରାହୁଲଙ୍କ ବ୍ୟାଟ ୨ ଲକ୍ଷ ୬୪ ହଜାର ଟଙ୍କାରେ ନିଲାମ

ରାହୁଲଙ୍କ ବ୍ୟାଟ ୨ ଲକ୍ଷ ୬୪ ହଜାର ଟଙ୍କାରେ ନିଲାମ

ରାହୁଲଙ୍କ ବ୍ୟାଟ ୨ ଲକ୍ଷ ୬୪ ହଜାର ଟଙ୍କାରେ ନିଲାମ
ମୁମ୍ବାଇ: ଭାରତୀୟ କ୍ରିକେଟର କେଏଲ ରାହୁଲ ୨୦୧୯ ବିଶ୍ୱକପରେ ଯେଉଁ ବ୍ୟାଟ ବ୍ୟବହାର କରିଥିଲେ ତାହା ଶନିବାର ୨ ଲକ୍ଷ ୬୪ ହଜାର ୨୨୮ ଟଙ୍କାରେ ନିଲାମ ହୋଇଛି । ଏହି ଅର୍ଥ କରୋନା ଭୂତାଣୁ ସଂକ୍ରମଣ ପାଇଁ ଉତ୍ପନ୍ନ ପରିସ୍ଥିତିରେ ଅସୁବିଧାରେ ପଡ଼ିଥିବା ପିଲାମାନଙ୍କ ପାଇଁ ଖର୍ଚ୍ଚ ହେବ । ରାହୁଲଙ୍କ ବ୍ୟାଟ ବ୍ୟତୀତ ହେଲମେଟ ୧ ଲକ୍ଷ ୨୨ ହଜାର ୬୭୭, ପ୍ୟାଡ ୩୩ ହଜାର ୨୮, ଦିନିକିଆ ଜର୍ସି ୧ ଲକ୍ଷ ୪ ହଜାର ୮୪୨, ଟେଷ୍ଟ ଜର୍ସି ୧ ଲକ୍ଷ ୩୨ ହଜାର ୭୭୪ ଓ ଗ୍ଲୋଭସ ୨୮,୭୮୨ ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି । ଏହି ଅର୍ଥ ଆୱାର ଫାଉଣ୍ଡେସନକୁ ପ୍ରଦାନ କରାଯିବ । ଏହି ଫାଉଣ୍ଡେସନ ଅବହେଳିତ ପିଲାଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବ । ସୂଚନା ଥାଉ କି ରାହୁଲ କିଛି ଦିନ ତାଳେ ୨୮ ବର୍ଷରେ ପାଦ ଦେଇଥିବା ବେଳେ ଅବହେଳିତ ପିଲାଙ୍କ ନିମନ୍ତେ ଆର୍ଥିକ ସହାୟତା ପାଇଁ ନିଜର କ୍ରୀଡ଼ା ସରଞ୍ଜାମ ନିଲାମ କରିବେ ବୋଲି ସୂଚନା ଦେଇଥିଲେ । ରାହୁଲଙ୍କ କ୍ରୀଡ଼ା ସରଞ୍ଜାମ ନିଲାମ ଭାରତ ଆର୍ମି ତରଫରୁ କରାଯାଇଥିଲା । ଏହି ନିଲାମରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ୟୁଏଇର କ୍ରିକେଟପ୍ରେମୀ ଭାଗ ନେଇଥିଲେ । ରାହୁଲଙ୍କ କ୍ରୀଡ଼ା ସରଞ୍ଜାମ ନିଲାମରୁ ବେଶ କିଛି ଅର୍ଥ ସଂଗୃହୀତ ହୋଇଥିବାରୁ ଭାରତ ଆର୍ମିର ପ୍ରତିଷ୍ଠାତା ରାକେଶ ପଟେଲ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହ ସେ ରାହୁଲଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ ।