କପିଲ ଦେବଙ୍କୁ ହୃଦଘାତ : ଆଞ୍ଜିଓପ୍ଲାଷ୍ଟି ପାଇଁ ହସ୍ପିଟାଲରେ ଭର୍ତ୍ତି

କପିଲ ଦେବଙ୍କୁ ହୃଦଘାତ : ଆଞ୍ଜିଓପ୍ଲାଷ୍ଟି ପାଇଁ ହସ୍ପିଟାଲରେ ଭର୍ତ୍ତି

କପିଲ ଦେବଙ୍କୁ ହୃଦଘାତ : ଆଞ୍ଜିଓପ୍ଲାଷ୍ଟି ପାଇଁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : କିମ୍ବଦନ୍ତୀ କ୍ରିକେଟର ତଥା ଭାରତର ପ୍ରଥମ ବିଶ୍ୱକପ ବିଜୟୀ ଅଧିନାୟକ କପିଲ ଦେବଙ୍କ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକ ରାଯାଇଛି । ଛାତିରେ ଯନ୍ତ୍ରଣା କାରଣରୁ କପିଲଙ୍କୁ ନୂଆଦିଲ୍ଲୀର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କପିଲଙ୍କ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଛି । ଦିନ ୧୧.୩୦ରେ କପିଲ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ କପିଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ହରିୟାଣା ହରିକେନ୍ ନାମରେ ପରିଚିତ କପିଳଙ୍କ ଆରୋଗ୍ୟ କାମନା କରି ଗୌତମ ଗମ୍ଭୀର, ଶିଖର ଧୱନ ଏବଂ ଆକାଶ ଚୋପ୍ରାଙ୍କ ସମେତ ଏକାଧିକ ଖେଳାଳି ଟ୍ୱିଟ କରିଛନ୍ତି ।