କର୍କଟ ରୋଗ ର ଚିକିତ୍ସା

କର୍କଟ ରୋଗ ର ଚିକିତ୍ସା

କର୍କଟ ରୋଗ ର ଚିକିତ୍ସା ଯେତିକି ଜଟିଳ ଏହି ରୋଗ ର ଉପଶମ ପାଇଁ ବ୍ୟବହାର ହେଉଥିବା କେମୋ, ମେଡ଼ିସିନ ଓ଼ ଇଞ୍ଜେକ୍ସନ ମଧ୍ୟ ସେତିକି ବ୍ୟୟ ବହୁଳ.ଆଜି କେନ୍ଦ୍ର ସରାକର ଏହାର ଗୁରୁତ୍ୱ ବୁଝି ଆଜି ଆଗତ କରିଥିବା ବଜେଟରେ ବହୁଳ ଭାବରେ ସାମ୍ନା କୁ ଆସୁଥିବା ଏକାଧିକ କର୍କଟ ରୋଗର କେମୋ, ମେଡ଼ିସିନ ଓ଼ ଔଷଧ ରୁ ପ୍ରବେଶ ଶୁଳ୍କ ଛାଡ଼ କରିଛନ୍ତି. ଫଳରେ ଏହାର ସିଧାସଳଖ ଫାଇଦା ରୋଗୀ ପାଇବେ ବୋଲି କହିଛନ୍ତି ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପ୍ତି ରାଣି ସାମନ୍ତ. ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ସବିଶେଷ ସୂଚନା ଦେଇଛନ୍ତି. କେନ୍ଦ୍ର ସରକାର ତାଙ୍କ ବଜେଟ ରେ ସ୍ତନ, ଫୁସଫୁସ, ଜରାୟୁ, ପୀତକୋଷ ଓ଼ ମୁତ୍ରାଶୟ କର୍କଟ ରୋଗ ରେ ବ୍ୟବହାର ହେଉଥିବା ଟିଏକ୍ସଡି -1,ଓସି ମରଟିନିଭ, ଡ୍ରଭଲୁମାଫ ମେଡ଼ିସିନ ଉପରୁ ପ୍ରବେଶ କରକୁ ଛାଡ଼ କରିଛନ୍ତି.ଏ ସମସ୍ତ କେମୋ ଔଷଧ ଓ଼ ଇଞ୍ଜେକେସନ ଅତ୍ୟନ୍ତ ବ୍ୟୟ ବହୁଳ.ଏହା କୌଣସି ସରକାରୀ ହସ୍ପିଟାଲ ରେ ମିଳେନାହିଁ.ତେଣୁ ଡାକ୍ତର କେବଳ ଉପଲବ୍ଧ ମେଡ଼ିସିନ କୁ ନେଇ ଚିକିତ୍ସା କରିଆସୁଛନ୍ତି. ବର୍ତ୍ତମାନ ଆଚାର୍ଯ୍ୟ ହରିହର କୁ ଆସୁଥିବା ରୋଗୀ ମାନଙ୍କ ମଧ୍ୟରେ ସ୍ତନ କର୍କଟ 30 ପ୍ରତିଶତ ଫୁସଫୁସ ଓ଼ ଅନ୍ୟାନ୍ୟ କର୍କଟ ରୋଗୀଙ୍କ ପ୍ରତିଶତ 10ରୁ 15 ରହିଛି.ତେଣୁ ପ୍ରବେଶ ଶୁଳ୍କ ଛାଡ଼ ହେବା ଦ୍ଵାରା ସରକାରୀ ମେଡିକାଲ ରେ ଏହି ମେଡ଼ିସିନ ଉପଲବ୍ଧ ହେବାର ସମ୍ଭାବନା ବଢିବା ସହିତ ଘରୋଇ ହସ୍ପିଟାଲ ରେ ମଧ୍ୟ କମ ଟଙ୍କା ରେ ରୋଗୀ ଏହି ଔଷଧ ନେଇପାରିବେ ବୋଲି ଡାକ୍ତର ସାମନ୍ତ କହିଛନ୍ତି.