ଏହି କାରଣ ପାଇଁ ନିଜ ନିର୍ବନ୍ଧ କଥା ପିତାମାତାଙ୍କୁ ଜଣାଇନଥିଲେ ହାର୍ଦ୍ଧିକ ।

ଏହି କାରଣ ପାଇଁ ନିଜ ନିର୍ବନ୍ଧ କଥା ପିତାମାତାଙ୍କୁ ଜଣାଇନଥିଲେ ହାର୍ଦ୍ଧିକ ।

ଏହି କାରଣ ପାଇଁ ନିଜ ନିର୍ବନ୍ଧ କଥା ପିତାମାତାଙ୍କୁ ଜଣାଇନଥିଲେ ହାର୍ଦ୍ଧିକ ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ସପ୍ତାହରେ ପିତା ହେବାକୁ ଯାଉଥିବା କଥା ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଖବର ସହିତ ଭାବି ପତ୍ନୀ ନତାଶା ଷ୍ଟାଙ୍କୋଭିକ ୩ ମାସର ଗର୍ଭବତୀ ଥିବାର ଏକ ଫଟୋ ଛାଡ଼ି ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇ ଦେଇଥିଲେ । ଗୁରୁବାର ବିଶିଷ୍ଟ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେଙ୍କ ସହ ଆଲୋଚନା ବେଳେ ହାର୍ଦ୍ଦିକ ଆଉ ଏକ କଥା କହି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ନିଜ ନିର୍ବନ୍ଧ କଥାକୁ ଘରେ ମମ ଓ ଡାଡ (ପିତାମାତା) ଜାଣି ନଥିଲେ ବୋଲି ହାର୍ଦ୍ଦିକ କହିଛନ୍ତି । ଏପରିକି ମୋ ଭାଇ କୃନାଲ ମଧ୍ୟ ମାତ୍ର ୨ ଦିନ ପୂର୍ବରୁ ଜାଣିଥିଲା । ମୁଁ ଏଭଳି ଜଣଙ୍କୁ ପାଇଛି ଯିଏ ମୋତେ ବାସ୍ତବରେ ଭଲ ପାଉଛି । ମୁଁ ଶିଖୁଛି ଏବଂ କ୍ରମେ ଭଲ ମଣିଷ ହେଉଛି ବୋଲି ହାର୍ଦ୍ଦିକ ପ୍ରକାଶ କରିଥିଲେ । ନତାଶାଙ୍କ ସହ ସମ୍ପର୍କ ବିଷୟରେ ମଧ୍ୟ ହାର୍ଦ୍ଦିକ ନୂଆ ତଥ୍ୟ ଦେଇଥିଲେ । ସମ୍ପର୍କ ହେବା ପର୍ଯ୍ୟନ୍ତ ନତାଶା ମୋ ବିଷୟରେ କିଛି ଜାଣିନଥିଲେ । ଏପରିକି ମୁଁ କିଏ ସେ ଜାଣିନଥିଲେ । ଇନଷ୍ଟାଗ୍ରାମ ପୃଷ୍ଠାରେ ନିଜ ପ୍ରଶଂସକଙ୍କ ସହ ଉଠିଥିବା ବହୁ ଫଟୋ ପଠାଇ ତାଙ୍କୁ ପ୍ରଭାବିତ କରିଥିଲା । ଏ ପର୍ଯ୍ୟନ୍ତ ଆମ ଯାତ୍ରୀ ଭଲ ଚାଲିଛି ବୋଲି ହାର୍ଦ୍ଦିକ ପ୍ରକାଶ କରିଥିଲେ ।