ଇଂଷ୍ଟାଗ୍ରାମ ବ୍ୟବହାରକାରୀ ସାବଧାନ!

ଇଂଷ୍ଟାଗ୍ରାମ ବ୍ୟବହାରକାରୀ ସାବଧାନ!

ଇଂଷ୍ଟାଗ୍ରାମ ବ୍ୟବହାରକାରୀ ସାବଧାନ!
ମୁମ୍ବାଇ:ସୋସିଆଲ ମିଡିଆ ସାଇଟ୍ ଫେସବୁକ୍ ଡାଟା ଚୋରୀ ସମସ୍ୟାରୁ ମୁକୁଳିନଥିବାର ଏହାର ଫଟୋ ସେୟାରିଂ ସର୍ଭିସ ଇଂଷ୍ଟାଗ୍ରାମ ମଧ୍ୟ ସମାନ ସମସ୍ୟାରେ ଫସିଗଲାଣି। ଲକ୍ଷଲକ୍ଷ ପ୍ରଭାବଶାଳୀ ଲୋକ ପର୍ସନାଲ ଡାଟା ଚୋରି ହୋଇଯାଇଥିବା ମୁମ୍ବାଇସ୍ଥିତ ସୋସାଲମିଡିଆ ମାର୍କେଟିଂ ଫାର୍ମ ଟେରବକ୍ସ ଟ୍ରେସ କରିଛି। ତେବେ ଏହା ପ୍ରାୟ ୪ କୋଟି ୯୦ ଲକ୍ଷ ହାଇପ୍ରୋଫାଇଲ ଲୋକଙ୍କ ଡାଟା ଚୋରି ହୋଇଥିବା ନେଇ ଗତ ସୋମବାର ଘୋଷଣା କରିଥିଲା।ଟେକ୍ କ୍ରଞ୍ଚର ରିପୋର୍ଟ ରେକର୍ଡରେ ଏଭଳି ପ୍ରଭାବଶାଳୀ ଲୋକଙ୍କ ପବ୍ଲିକ ଡାଟା ଯେପରିକି ପ୍ରୋଫାଇଲ ଫଟୋ, ଫଲୋର୍ସଙ୍କ ସଂଖ୍ୟା,ଲୋକେସନ ଏପରିକି ପ୍ରାଇଭେଟ କଣ୍ଟାକ୍ଟ ନମ୍ବର ମଧ୍ୟ ଲିକ୍ ହୋଇଯାଇଥିବା ଦାବି କରାଯାଇଛି। ଇଂଷ୍ଟାଗ୍ରାମର ଜନୈକ ମୁଖପାତ୍ର ଏ ନେଇ ଅଭିଯୋଗର ତଦନ୍ତ ହେଉଥିବା କହିଛନ୍ତି। କୌଣସି ତୃତୀୟ ପକ୍ଷ ନୀତି ଉଲ୍ଲଂଘନ କରି ଏପରି କରୁଥାଇପାରେ ବୋଲି ସନ୍ଦେହ କରାଯାଉଛି। ସେହିପରି ଚେଟପ ବକ୍ସ ଡାଟା ବକ୍ସକୁ ଇଂଷ୍ଟାଗ୍ରାମରୁ ଇ-ମେଲ ଓ ଫୋନ ନମ୍ବର ଯାଇଛି କି ନା ତାହା ଯାଞ୍ଚ କରାଯାଉଥିବା ମୁଖପାତ୍ର କହିଛନ୍ତି।