୭୭ ବର୍ଷରେ ଅମିତାଭ

୭୭ ବର୍ଷରେ ଅମିତାଭ

୭୭ ବର୍ଷରେ ଅମିତାଭ
ନୂଆଦିଲ୍ଲୀ : ଅକ୍ଟୋବର ୧୧ ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ଦୀର୍ଘ ୫୦ ବର୍ଷରୁ ଊଦ୍ଧ୍ୱ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିପାରିଛନ୍ତି । ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ । ବଲିଉଡ ଆଙ୍ଗି୍ର ୟଙ୍ଗମ୍ୟାନ ଶେହନଶାହା, ବିଗ୍ବି, ଷ୍ଟାର ଅଫ ଦି ମିଲେନିୟମ ଆଦି ଅନେକ ନାମରେ ସେ ପରିଚିତ । ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶାଳୀ ନାମ । କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମ ଜରିଆରେ ସେ ସବୁଠୁ ଅଧିକ ଲୋକପି୍ରୟ ହୋଇପାରିଥିଲେ । ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ଲାଭ କରିଛନ୍ତି । ନିକଟରେ ତାଙ୍କ ନାମ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛି ।