ଇତିହାସ ଆଇନାରେ ଭୟଙ୍କର ମହାମାରୀ

ଇତିହାସ ଆଇନାରେ ଭୟଙ୍କର ମହାମାରୀ

ଇତିହାସ ଆଇନାରେ ଭୟଙ୍କର ମହାମାରୀ
ନିକଟରେ କରୋନା ମହାମାରୀ ଯେପରି ଭାବେ ସମଗ୍ର ବିଶ୍ୱକୁ ଦୁଃଖ ପହଞ୍ଚାଇଛି ସେଥିରୁ ମୁକ୍ତି ପାଇବା ଅସମ୍ଭବ ହୋଇପଡିଛି । ଏହି ସମୟରେ ବଦଳିଛି ଅନେକ ଚିତ୍ର । କେଉଁଠି ଜୀବିକା ହରାଇ ପ୍ରବାସୀ ନିଜ ରାଜ୍ୟକୁ ଫେରିବା ଲାଗି ପାଦରେ ଶହଶହ କୋଷ ଚାଲିଛନ୍ତି ତ ଆଉ କେଉଁଠି ଭୋକ ଅନାହାରରେ ଦିନ କାଟିଛନ୍ତି । ଏପରି ସ୍ଥିତିରେ ଲଗାତାର ଭାବେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବଢ଼ି ଚାଲିଛି । ଗବେଷକ ଟିକା ପରୀକ୍ଷଣରେ କଠିନ ପରିଶ୍ରମ କରୁଥିଲେ ମଧ୍ୟ ଏପର୍ଯ୍ୟ ଫଳ ଶୂନ । ତେବେ ଏହି ମହାମାରୀ ଯେ ୨୦୨୦ରେ ଆସିଛି ତାହା ନୁହେଁ ଅତୀତରେ ମଧ୍ୟ ଏହାର କରାଳ ଦୃଶ୍ୟ ଧ୍ୱଂସ୍ତବିଧ୍ୱସ୍ତ କରି ହାହାକାର ଖେଳାଇଦେଇଛି । ୧୦,୦୦୦ ବର୍ଷ ପୂର୍ବେ ମଣିଷ ସମାଜ ସଂକ୍ରାମକ ଓ ଅନ୍ୟ କେତେକ ମହାମାରୀର ସମ୍ମୁଖୀନ ହୋଇଥିଲା । ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ, ଇନଫ୍ଲୁଏଞ୍ଜା, ବସନ୍ତ ପ୍ରମୁଖ ମହାମାରୀ ତାଣ୍ଡବ ରଚି ନେଇଛି ଅନେକ ଜୀବନ । ତେବେ ବଦଳିଛି ସମୟ ହେଲେ ଏହି ରୋଗ ନୂଆ ରୂପରେ ମଣିଷ ସମାଜକ୍ୁ ପୂର୍ବପରି ଡରାଇଚାଲିଛି । ତେବେ ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ମହାମାରୀକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା: ଖ୍ରୀଷ୍ଟପୂର୍ବ ୪୩୦:ଆଥେନ୍ସ ବିଶ୍ୱର ପ୍ରଥମ ମହାମାରୀ ‘ପେଲୋପିଆସିଆନ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା । ଆଥେନ୍ସ ଓ ସ୍ପାର୍ଟା ମଧ୍ୟରେ ଯୁଦ୍ଧ ସଂଘଟିତ ହୋଇ ଲିବ୍ୟା, ଇଥିଓପିଆ ଓ ଇଜିପ୍ଟକୁ କବଳିତ ପରେ ମହାମାରୀ ଚାରିଆଡେ ଖେଳାଇ ଯାଇଥିଲା । ଏଥିରୁ ଦୁଇ ତୃତୀୟାଂଶ ଲୋକ ପ୍ରାଣ ହରାଇଥିଲେ । ଏହି ରୋଗରେ ଜ୍ୱର, ଶୋଷ ଲାଗିବା, ଗଳା ବସିଯିବା, ଜିଭ ଓ ଚର୍ମ ନାଲି ପଡ଼ିଯିବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ୧୬୫ ଖ୍ରୀଷ୍ଟାବ୍ଦ: ଆଣ୍ଟୋନାଇନ ପ୍ଲେଗ ଏହି ରୋଗ ‘ହନ’ ମାନଙ୍କଠାରେ ଦେଖାଯାଇଥିଲା । ଏହାପରେ ହନଙ୍କ ଠାରୁ ଜର୍ମାନୀ ଲୋକଙ୍କୁ ସଂକ୍ରମିତ କରିଥିଲା । ଏହା ସହ ରୋମ ସାମ୍ରାଜ୍ୟକୁ ମଧ୍ୟ ବ୍ୟାପିଯାଇଥିଲା । ଏହି ରୋଗରେ ଜ୍ୱର, ଗଳା ଫୁଲିବା, ଡାଇରିଆ ଭଳି ଲକ୍ଷଣ ଦେଖାଦେଇଥିଲା । ଏହା ୧୮୦ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜାରି ରହିଥିଲା । ୨୫୦ ଖ୍ରୀଷ୍ଟାବ୍ଦ: ସାଇପ୍ରିଆନ ପ୍ଲେଗ: ଏହି ରୋଗରେ ବାନ୍ତି, ଗଳାରେ ଘାଆ, ଜ୍ୱର ଓ ବାନ୍ତି ପରି ଲକ୍ଷଣ ଦେଖାଯାଉଥିଲା । ରୋଗରୁ ବର୍ତ୍ତିବା ଲାଗି ଲୋକେ ସହରରୁ ଗାଁ ଅଭିମୁଖେ ଯାତ୍ରା କରିଥିଲେ । ପ୍ରଥମେ ଇଥିଓପିଆରୁ ସୃଷ୍ଟି ହୋଇ ଉତ୍ତରଆଫି୍ରକା, ରୋମ, ଇଜିପ୍ଟକୁ ମାଡିଥିଲା । ଏହାପରେ ୪୪୪ ଖ୍ରୀଷ୍ଟାବ୍ଦରେ ଏହା ବି୍ରଟେନରେ ପ୍ରବେଶ କରିଥିଲା । ଫଳରେ ବ୍ରିଟେନର ପ୍ରତିରକ୍ଷା କ୍ଷେତ୍ର ଦୁର୍ବଳ ପଡ଼ିଯାଇଥିଲା । ୫୪୧ ଖ୍ରୀଷ୍ଟାବ୍ଦ: ଜଷ୍ଟିନିଆନ ପ୍ଲେଗ ପ୍ରଥମେ ଏହି ରୋଗ ଇଜିପ୍ଟରୁ ଆରମ୍ଭ ହୋଇ ପାଲେଷ୍ଟାଇନ ଏବଂ ବାଇଜାଣ୍ଟାଇନ ସାମ୍ରାଜ୍ୟକୁ କବଜା କରିଥିଲା । ଯାହାକି ଅନେକ ସାମ୍ରାଜ୍ୟର ଇତିହାସ ବଦଳାଇ ଦେଇଥିଲା । ସମ୍ରାଟ ଜଷ୍ଟିନିଆନ ରୋମ ସାମ୍ରାଜ୍ୟକୁ ଏକତ୍ର କରିଦେଇଥିଲେ । ଫଳରେ ଆର୍ଥିକ ସଙ୍କଟ ପରି ସମସ୍ୟା ସୃଷ୍ଟି ହୋଇଥିଲା । ଏଥିରେ ପ୍ରାୟ ୫କୋଟି ଲୋକ ପ୍ରାଣ ହରାଇଥିଲେ । ବୁ୍ୟବୋନିକ ପ୍ଲେଗର ଏହା ପ୍ରଥମ ଆବିର୍ଭାବ ଥିଲା ବୋଲି କୁହାଯାଏ ।