ପଶ୍ଚିମବଙ୍ଗ ରାଜଭବନ ଫାଟକ ସମ୍ମୁଖରେ କିଛି ମେଣ୍ଢାଙ୍କୁ ଧରି ବିକ୍ଷୋଭ ପ୍ରଦର୍ଶନ

ପଶ୍ଚିମବଙ୍ଗ ରାଜଭବନ ଫାଟକ ସମ୍ମୁଖରେ କିଛି ମେଣ୍ଢାଙ୍କୁ ଧରି ବିକ୍ଷୋଭ ପ୍ରଦର୍ଶନ

ପଶ୍ଚିମବଙ୍ଗ ରାଜଭବନ ଫାଟକ ସମ୍ମୁଖରେ କିଛି ମେଣ୍ଢାଙ୍କୁ ଧରି ବିକ୍ଷୋଭ ପ୍ରଦର୍ଶନ
କଲକାତା: କରୋନା ମହାମାରୀ ସମୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ସଂକୀର୍ଣ୍ଣ ରାଜନୀତି କରୁଥିବା ଅଭିଯୋଗ କ୍ରମେ ଜଣେ ବ୍ୟକ୍ତି ରାଜଭବନ ଫାଟକ ସମ୍ମୁଖରେ କିଛି ମେଣ୍ଢାଙ୍କୁ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ଚର୍ଚ୍ଚାର ବିଷୟ ହୋଇଛି । କଲାକାତ ନାଗରିକ ମଞ୍ଚର ଜଣେ ସଦସ୍ୟ ମଙ୍ଗଳବାର ଲିଖିତ କାଗଜ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ସାଧାରଣ ଲୋକେ ବର୍ତ୍ତମାନ ନାହିଁ ନଥିବା ସମସ୍ୟାରେ ପଡ଼ିଛନ୍ତି । ସେମାନଙ୍କ ରୋଜଗାର ନାହିଁ, ଘରୁ ବାହାରିବା ସମ୍ଭବ ହେଉନାହିଁ । ହାସପାତାଳରେ ଶଯ୍ୟା ନଥିବା ବେଳେ ଅମ୍ଳଜାନର ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଗିରଫଦାରୀ ରାଜନୀତିକୁ ରାଜ୍ୟପାଳ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସେ ଦର୍ଶାଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରିବାର ପ୍ରାୟ ଦୁଇ ଘଣ୍ଟା ପରେ ଉପସ୍ଥିତ ପୁଲିସ ତାଙ୍କୁ ଘଉଡ଼ାଇ ଦେଇଥିଲା । ଏହି ଘଟଣା ନେଇ ରାଜ୍ୟପାଳ କଲକାତା ପୁଲିସ ଆୟୁକ୍ତଙ୍କ ଠାରୁ ଜବାବ ତଲବ କରିଛନ୍ତି ।