ପିପିଇ କିଟ୍ ପିନ୍ଧି ଅସୁସ୍ଥ ପତ୍ନୀଙ୍କୁ କଲେ ସାକ୍ଷାତ : ତା’ପରେ କଣ ହେଲା ଜାଣନ୍ତୁ

ପିପିଇ କିଟ୍ ପିନ୍ଧି ଅସୁସ୍ଥ ପତ୍ନୀଙ୍କୁ କଲେ ସାକ୍ଷାତ : ତା’ପରେ କଣ ହେଲା ଜାଣନ୍ତୁ

ପିପିଇ କିଟ୍ ପିନ୍ଧି ଅସୁସ୍ଥ ପତ୍ନୀଙ୍କୁ କଲେ ସାକ୍ଷାତ : ତା’ପରେ କଣ ହେଲା ଜାଣନ୍ତୁ
ଫ୍ଲୋରିଡା : ସ୍ବାମୀ-ସ୍ତ୍ରୀର ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର ପାଇଁ । ମୃତ୍ୟୁ ପାଖରେ ଥିଲେ ବି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଶେଷ ମୁହୂ୍ର୍ତ୍ତରେ ଏକା ଛାଡି ନଥିଲେ । କରୋନା କାଳରେ ଆକ୍ରାନ୍ତଙ୍କୁ ନିଜ ଲୋକମାନେ ଦେଖି ଭୟଭୀତ ହେଉଥିବାବେଳେ ଜଣେ ସ୍ବାମୀ ନିଜ ଆକ୍ରାନ୍ତ ସ୍ତ୍ରୀଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କ ପାଖରେ ରହିଥିଲେ । ଅବଶ୍ୟ ସ୍ବାମୀ ଜଣକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ହୃଦୟବିଦାରକ ଘଟଣା ଆମେରିକାର ଫ୍ଲୋରିଡା ସହରରେ ଘଟିଛି । ଏପରି ଏକ ଘଟଣାଟି ଆମେରିକାର ଫ୍ଲୋରିଡାରେ ଘଟିଛି । ସୈମ୍ ରେକ୍ ନାମକ ଜଣେ ବ୍ୟକ୍ତି ତାଙ୍କ ବୟସ ୯୦ ବର୍ଷ ବୋଲି ସୂଚନା ରହିଛି । ଜୁଲାଇ ୧୨ ତାରିଖରେ ତାଙ୍କ ସ୍ତ୍ରୀଙ୍କର ଜୋଏମଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ତ୍ରୀ ମରିବାର କିଛି ଘଣ୍ଟା ପୂର୍ବରୁ ସୈମ୍ ତାଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ସୈମ୍ ମଧ୍ୟ କରୋନାରେ ଶିକାର ହୋଇଥିଲେ । ଅଗଷ୍ଟ ୧ ତାରିଖରେ ମୃ୍ତ୍ୟୁ ହୋଇଥିଲା । ସୈମ୍ କରୋନାର ବିପଦକୁ ନ ଡରି ନିଜ ରୋଗିଣା ସ୍ତ୍ରୀକୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ତ୍ରୀଙ୍କ ସହ ସାକ୍ଷାତ କରିବାର ତିନି ସପ୍ତାହ ପରେ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ନିଜ ରୋଗିଣା ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ତାଙ୍କ ସ୍ବାମୀ ଜଣକ ପିପିଇ କିଟ୍ ସହିତ ମାସ୍କ ପିନ୍ଧି କରି ଯାଇଥିଲେ । ମିଳିଥିବା ସୂଚନା ଅନୁସାରେ ସୈମ୍ଙ୍କ ଝିଅ ହୋଲି ରୈକ୍ କହିଛନ୍ତି ଯେ, ତାଙ୍କ ପିତା ମା’ଙ୍କ ସହ ସାକ୍ଷାତ କରିବାବେଳେ କରୋନା ସଂକ୍ରମଣ ହୋଇଥିଲେ । ହୋଲି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ବାପା ମାଙ୍କ ସହ ଦେଖା କରିବା ପୂର୍ବରୁ ଏପରି ବିପଦ ଥିବାର ଜାଣିଥିଲେ । ଅପରପକ୍ଷରେ ଜୋଏନ୍ଙ୍କ ପୁଅ ସୋସିଆଲ ମିଡିଆରେ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ପିତା ସୈମ୍ଙ୍କୁ ହସ୍ପିଟାଲ ଯାଇ ମା’ଙ୍କୁ ଦେଖା କରି କ’ଣ ଠିକ୍ କରିଛନ୍ତି ବୋଲି ପଚାରିବାକୁ ସେ ଉତ୍ତର ଦେଇଥିଲେ ଯେ, - ସେ ଭୁଲ୍ କରିନାହାନ୍ତି । ଶେଷ ମୁହୂର୍ତ୍ତରେ ସେ ତାଙ୍କ ପତ୍ନୀଙ୍କୁ ଦେଖା କରିବା ସହିତ ହାତ ମଧ୍ୟ ଧରିପାରିଥିଲେ । ଏଥିପାଇଁ ସେ ଅବସୋସ କରିନାହାନ୍ତି ବରଂ ବହୁତ ଖୁସି ଅଛନ୍ତି । ୩୦ ବର୍ଷର ଦାମ୍ପତ୍ୟ ଜୀବନ ନିର୍ବାହ କରୁଥିବା ସୈମ୍ ଓ ଜୋଏନ୍ଙ୍କ ମଧ୍ୟରେ ସମ୍ପର୍କେ ବେଶ୍ ଅନନ୍ୟ । କିନ୍ତୁ ମହାମାରୀ ଯୋଗୁଁ ଦୁହଁଙ୍କୁ ଅଲଗା ରହିବାକୁ ପଡିଥିଲା । କାରଣ ସେଠାରେ ନର୍ସିଂହୋମ୍ରେ ଭର୍ତ୍ତି ହୋଇଥିବା ଲୋକଙ୍କ ସହ ସାକ୍ଷାତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଜୋଏନ୍ ଏକ ବର୍ଷ ଧରି ଡିମୋନ୍ସିଆରେ ପୀଡ଼ିତ ଥିଲେ । ଏଥିପାଇଁ ସେ ନର୍ସିଂହୋମ୍ରେ ରହୁଥିଲେ ।