ମଦ ନିଶାରେ ପୋଲିସ୍ ଗାଡିକୁ ଧକ୍କା ଦେଲେ ଯୁବକ : କନେଷ୍ଟବଳ ମୃତ

ମଦ ନିଶାରେ ପୋଲିସ୍ ଗାଡିକୁ ଧକ୍କା ଦେଲେ ଯୁବକ : କନେଷ୍ଟବଳ ମୃତ

ମଦ ନିଶାରେ ପୋଲିସ୍ ଗାଡିକୁ ଧକ୍କା ଦେଲେ ଯୁବକ : କନେଷ୍ଟବଳ ମୃତ
ନୂଆଦିଲ୍ଲୀ : କରୋନା ଭାଇରସ୍ ଆତଙ୍କ କାରଣରୁ ମଦ୍ୟପଙ୍କ ଚେକିଂ କରାଯାଉନଥିବାରୁ ଏହା କୁପରିଣାମ ଦିଲ୍ଲୀରେ ଦେଖିବାକୁ ମିଳିଛି । ପାର୍କିିଂ ୂହୋଇଥିବା ଏକ ପୋଲିସ୍ ଗାଡିକୁ ଜଣେ ନିଶାଗ୍ରସ୍ତ ଯୁବକ ଧକ୍କା ଦେବାରୁ ଜଣେ କନେଷ୍ଟବଳଙ୍କ ପ୍ରାଣହାନି ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ଦିନ ଦିଲ୍ଲୀର ମରିସ୍ ନଗରରେ ଏହି ଘଟଣା ଘଟିଥିଲା । ମଦ ନିଶାରେ ରହିଥିବା ଜଣେ ଏମ୍ବିଏ ଛାତ୍ର ନିଜ ହୋଣ୍ଡା ସିଟି କାର୍ରେ ପିସିଆର ଭ୍ୟାନକୁ ଧକ୍କା ଦେଇଥିଲେ । ଏଥିରେ ୱିଜିର ସିଂ ନାମକ କନେଷ୍ଟବଳ ପ୍ରାଣ ହରାଇଥିବା ବେଳେ ଅମିତ ନାମକ ଆଉ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ତୁଷାର ନାମକ ୧୯ ବର୍ଷୀୟ ଯୁବକ ଜଣଙ୍କ ଖାଲସା କଲେଜର ଏମବିଏ ବିଭାଗର ଛାତ୍ର । ଦିଲ୍ଲୀ ପୋଲିସ୍ ପକ୍ଷରୁ ଯୁବକକୁ ତୁରନ୍ତ ଗିରଫ କରାଯାଇଛି ।