ପୁଲୱମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ନିହତ
ପୁଲୱମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ନିହତ
admin
Mar 11, 2019 - 05:24
Updated: Mar 11, 2019 - 05:24
ଜାମ୍ମୁ କାଶ୍ମିରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ସୁରକ୍ଷାକର୍ମୀଙ୍କ ହାତରେ ପୁଲୱମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ନିହତ ହୋଇଥବା ସୂଚନା ମିଳୁଛି । ସେନାଙ୍କ ଆକ୍ରମଣରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି । ନିହତଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର ଜିଲ୍ଲା କମାଣ୍ଡର ମୁଦ୍ଦିଶର ଖାନ ଅଛି । ଅନ୍ୟ ଦୁଇଜଣ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ମୁଦ୍ଦିଶର ଖାନର ପୁଲୱାମା ଆକ୍ରମଣରେ ବଡ ହାତ ଥିବା କୁହାଯାଉଛି । ସେ ୨୦୧୭ରେ ଜୈଶ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲା । ଗୋଟିଏ ଘରେ ଏମାନେ ଲୁଚିରହିଥିବା ଖବର ମିଳବା ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ ।