ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଦିଆଯାଇଛି । ଫଳରେ ସହରର ସବୁ ଦୋକାନ ବଜାର ବନ୍ଦ । ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବୀରମହାରାଜପୁର କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ବୀରମହାରାଜପୁର କୃଷକ ପରିଷଦ ଏହି ବନ୍ଦ ପାଳନ କରୁଛି।ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉଥିବା କୃଷକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ହରିହର ଯୋର ମୁଖ୍ୟ କେନାଲର ପୁନଃରୁଦ୍ଧାର କାର୍ୟ୍ୟରେ ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ, ବିନା ଜଳରେ ଲାଗୁ କରାଯାଇଥିବା ଜଳକର ଛାଡ଼, ହରିହର ଯୋର ବାମପାର୍ଶ୍ୱ କେନାଲର କାମ, ମରୁଡ଼ି ଓ ଚକଡ଼ା ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏହାର ପ୍ରଭାବରେ ଦୋକାନବଜାର ସହିତ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ତେବେ ବନ୍ଦରୁ ସ୍କୁଲ୍ ଏବଂ କଲେଜକୁ ବାଦ୍ ଦିଆଯାଇଛି।