ଚଳନ୍ତା ଗାଡି ସହ ଜଳିଗଲେ ଦୁଇ ଝିଅ ଓ ମାଆ

ଚଳନ୍ତା ଗାଡି ସହ ଜଳିଗଲେ ଦୁଇ ଝିଅ ଓ ମାଆ

ଚଳନ୍ତା ଗାଡି ସହ ଜଳିଗଲେ ଦୁଇ ଝିଅ ଓ ମାଆ
ନୂଆଦିଲ୍ଲୀ: ଚଳନ୍ତା କାର୍ରେ ନିଆଁ ଲାଗି ଜଳିଗଲେ ତିନି ଜଣ । ଏବଂ ଦୁଇ ଜଣ ସୁରକ୍ଷିତ ଭାବେ ବାହାରି ଆସିଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୂଆଦିଲ୍ଲୀରେ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଅକ୍ଷରଧାମ ଫ୍ଲାଏଓଭରରେ ଏହି ଘଟଣା ଘଟିଥିଲା। ମୃତକମାନେ ହେଲେ ରଞ୍ଜନା ମିଶ୍ରା ଓ ତାଙ୍କର ଦୁଇ ଝିଅ- ରିଧି ଓ ନିକ୍କି। ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉପେନ୍ଦ୍ର କାର୍ ଚଲାଉଥିଲେ। ନିଆଁ ଲାଗିବା ମାତ୍ରେ ସେ ଓ ଆଗ ସିଟ୍ରେ ବସିଥିବା ତାଙ୍କର ଆଉ ଜଣେ ଝିଅ କାର୍ରୁ ଓହ୍ଲାଇ ଯାଇଥିଲେ। ତେବେ ପଛ ସିଟ୍ରେ ବସିଥିଲା ରଞ୍ଜନା ଓ ତାଙ୍କର ଅନ୍ୟ ଦୁଇ ଝିଅ ବାହାରି ପାରି ନଥିଲେ। ସେମାନେ କାର୍ ସହିତ ଜଳି ଯାଇଥିଲେ। ସେମାନେ ଏମିତି ଜଳି ଯାଇଛନ୍ତି ଯେ ଆଉ ସେମାନଙ୍କୁ ଚିହ୍ନି ହେଉନି। ସିଏନ୍ଜି (କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍)ରେ ଏହି କାର୍ ଚାଲୁଥିଲା। ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନି। ପୂର୍ବ ଦିଲ୍ଲୀର ଡିସିପି ଯଶମୀତ ସିଂହ କହିଛନ୍ତି, ଆମେ ଏ ଘଟଣାରେ ଆହୁରି ଅଧିକ ତଦନ୍ତ କରିବୁ। ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହରାଇଥିବା ଉପେନ୍ଦ୍ରଙ୍କୁ ଗଭୀର ମାନସିକ ଧକ୍କା ଲାଗିଛି।