ଅଲି-ବଜରଙ୍ଗବଲି ବିବାଦରେ ଯୋଗୀ ଓ ମାୟାବତୀ

ଅଲି-ବଜରଙ୍ଗବଲି ବିବାଦରେ ଯୋଗୀ ଓ ମାୟାବତୀ

ଅଲି-ବଜରଙ୍ଗବଲି ବିବାଦରେ ଯୋଗୀ ଓ ମାୟାବତୀ
ନୂଆଦିଲ୍ଲୀ: ଉତରପ୍ରଦେଶ ରାଜନୀତି ଏବେ ସାଂପ୍ରଦାୟକ ମୋଡ ନେଇଛି । ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ ପ୍ରାୟ ସବୁ ରାଜନୈତିକ ଦଳ ସାଂପ୍ରଦାୟିକ ବୟାନ ଦେଇ ଭୋଟରଙ୍କ ମଧ୍ୟରେ ଉତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଜନସଭାରେ କହିଥିଲେ ଯେ କଂଗ୍ରେସ, ଏସପି, ବିଏସପି ଅଲିଙ୍କ ଉପରେ ବିଶ୍ୱାସ କରୁଥିବା ବେଳେ ଆମେ ବଜରଙ୍ଗବଲିଙ୍କ ଉପରେ ବିଶ୍ୱାସ କରୁଛୁ । ସେମାନଙ୍କ ପାଇଁ ଅଲି ଓ ଆମ ପାଇଁ ବଜରଙ୍ଗିବଲି ଅଛନ୍ତି । ଯୋଗୀଙ୍କ ଏହିଭଳି ବୟାନକୁ ନେଇ କନ୍ଦଳ ଉପୁଜିବା ପରେ ନିର୍ବାଚନ କମିଶନ ତାଙ୍କୁ ନୋଟିସ ଜାରି କରିଥିଲେ । ଯୋଗୀ ମଧ୍ୟ କ୍ଷମା ପ୍ରାର୍ଥନା କରି ଏଭଳି ବୟାନ ଦୋହରାଇବେନି ବୋଲି କହିଛନ୍ତି । ବିଏସପ ସୁପ୍ରିମୋ ମାୟାବତୀ ପୁଣି ଅଲି-ବଜରଙ୍ଗବଲି ପ୍ରସଙ୍ଗ ଉଠାଇ ବିବାଦୀୟ ସ୍ଥିତି ସୃଷ୍ଟି କରିଛନ୍ତି । ଏସପି, ବିଏସପ ଏବଂ ରାଷ୍ଟୀୟ ଲୋକଦଳକୁ ନେଇ ଗଠିତ ମହାମେଂଟର ଦ୍ୱିତୀୟ ମେଗା ରାଲିରେ ମାୟାବତୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗର୍ଜିଛନ୍ତି । ଯୋଗୀଙ୍କ ବୟାନକୁ କଡାସମାଲୋଚନା କରି ସେ କହିଥିଲେ ଯେ, ବିଜେପିର ସାଂପ୍ରଦାୟକ ରାଜନୀତିର ପରିସମାପ୍ତି ଖୁବ ଶୀଘ୍ର ଘଟିବ ଏବଂ ଉଭୟ ଅଲି-ବଜରଙ୍ଗବଲିଙ୍କ ସମର୍ଥନ ମହାମେଂଟକୁ ମିଳିବ । ମାୟାବତୀ କହିଥିଲେ ରାଲି ଭିଡ ଦେଖି ଲାଗୁଛି ଦେଶରୁ ନମୋ ନମୋ ଗାଏବ ହୋଇଯିବ ଏବଂ ଜୟ ଭୀମ ଆସିବେ । ଉଭୟ ଅଲି-ବଜରଙ୍ଗବଲି ଆମର ହୋଇଥିବାରୁ ମହାମେଂଟର ବିଶାଳ ବିଜୟକୁ କେହି ରୋକି ପାରିବେ ନାହିଁ । ଏହା ପୂର୍ବରୁ ମଧ୍ୟ ମହାମେଂଟର ପ୍ରଥମ ରାଲିରେ ମାୟାବତୀ ମୁସଲିମ ସଂପୟଦାୟଙ୍କ ଖୋଲା ଆହ୍ୱାନ ଦେଇ ବିଜେପି ଭୋଟ ନଦେବା ପାଇଁ କହିଥିଲେ । ଏଥିପାଇଁ ତାଙ୍କୁ ନିର୍ବାଚନ କମିଶନ ମଧ୍ୟ ନୋଟିସ କରିଥିଲେ ।