ଆମେ ଭାରତ ସହ ଯୁଦ୍ଧ କରିପାରିବୁ ନାହିଁ : ଇମ୍ରାନ

ଆମେ ଭାରତ ସହ ଯୁଦ୍ଧ କରିପାରିବୁ ନାହିଁ : ଇମ୍ରାନ

ଆମେ ଭାରତ ସହ ଯୁଦ୍ଧ କରିପାରିବୁ ନାହିଁ : ଇମ୍ରାନ
ୱାଶିଂଟନ: ଗତ କିଛି ଦିନ ଧରି ଭାରତ ବିରୋଧରେ ଯୁଦ୍ଧ ଧମକ ଦେଉଥିବା ଇମ୍ରାନ ଏବେ ଭାରତ ଉପରେ ଆକ୍ରମଣ କରିବେ ନାହିଁ ବୋଲି କହିଛନ୍ତି । ସେ ଏହି ବୟାନ ନରେନ୍ଦ୍ର ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଭିମୁଖ୍ୟ ବଦଳି ଯାଇଛି । ସଂଯୁକ୍ତ ରାଷ୍ଟ୍ର ମହାସଭା ସମ୍ମିଳନୀରେ ଭାଗ ନେବା ପାଇଁ ନ୍ୟୁୟର୍କରେ ପହଁଚିଥିବା ଇମ୍ରାନ କହିଛନ୍ତି ଯେ, ଭାରତ ଉପରେ ଆମେ ଆକ୍ରମଣ କରିପାରିବୁ ନାହିଁ । ଏହା ବିକଳ୍ପ ନୁହେଁ ।ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ତରଫରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଘାଟିରେ ଆତଙ୍କବାଦୀ କାର୍ୟ୍ୟକଳାପ ଉପରେ ବହୁମାତ୍ରାରେ ରୋକ ଲାଗିଛି । ଏହାକୁ ଦେଖି ପାକିସ୍ତାନ ବିଚଳିତ ହୋଇପଡିଛି । ଏହାପର ଠାରୁ ଇମ୍ରାନ ଅଧିକାଂଶ ସମୟରେ ଭାରତ ସହ ଯୁଦ୍ଧ କରିବେ ବୋଲି ଫମ୍ପା ଧମକ ଦେଇ ଆସୁଥିଲେ । ଏବେ କିନ୍ତୁ ସେ ସ୍ୱର ବଦଳାଇ ଦେଇଛନ୍ତି । ଏପରିକି ତାଙ୍କୁ କାଶ୍ମୀର ପ୍ରସଙ୍ଗରେ କେଉଁ ଦେଶର ସମର୍ଥନ ମିଳୁ ନଥିବା ସେ ସ୍ୱିକାର ମଧ୍ୟ କରିଛନ୍ତି ।