ନବୀନଙ୍କୁ ପ୍ରଶଂସା କଲେ ଶାହା

ନବୀନଙ୍କୁ ପ୍ରଶଂସା କଲେ ଶାହା

ନବୀନଙ୍କୁ ପ୍ରଶଂସା କଲେ ଶାହା
ନୂଆଦିଲ୍ଲୀ: ଏକ ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକୁ ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନବୀନଙ୍କ ଉଦାହରଣ ଦେଇ ପ୍ରଶଂସା କରିଛନ୍ତି ଶାହା । ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ପରିପ୍ରେକ୍ଷୀରେ ଉଦାହରଣ ଦେଇଛନ୍ତି । କାହିଁକି ଖାଲି ଟିଏମସି ଶାସିତ ରାଜ୍ୟରେ ଏମିତି ହିଂସା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ? ବିଜେପି ଶାସିତ ରାଜ୍ୟରେ ତ କାହିଁକି ଏଭଳି ହେଉନି? ଓଡିଶାରେ ନବୀନ ବାବୁ ଶାସନରେ ଅଛନ୍ତି, ସେଠି ତ ଏମିତି ହେଉନି । ନିର୍ବାଚନୀ ପ୍ରଚାର ବେଳେ କିନ୍ତୁ ନବୀନଙ୍କ ପ୍ରତି ଅମିତ ଶାହାଙ୍କ ସ୍ୱର ଶାଣିତ ଥିଲା । ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ସିଧା କହିଥିଲେ ଶାହା । ଏମିତିକି କେନ୍ଦ୍ରାପଡା ସଭାରେ ସିଧା ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଖୋର୍ଦ୍ଧା ମଙ୍ଗୁଳି ଜେନାଙ୍କ ହତ୍ୟା ନେଇ ସିଧା ଆରୋପ ଲଗାଇଥିଲେ ।