ବିଜେଡିର ନୂତନ କର୍ମକର୍ତା ନିଯୁକ୍ତ

ବିଜେଡିର ନୂତନ କର୍ମକର୍ତା ନିଯୁକ୍ତ

ବିଜେଡିର ନୂତନ କର୍ମକର୍ତା ନିଯୁକ୍ତ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର-ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତିଙ୍କୁ ଦଳର ରାଜ୍ୟ ସାଧାରଣ ସଂପାଦକ ସହିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସେହିପରି ପ୍ରମୋଦ କିଶୋର ଜେନା ଏବଂ ସାରଦା ପ୍ରସନ୍ନ ଜେନାଙ୍କୁ ଦଳର ରାଜ୍ୟ ସାଧାରଣ ସଂପାଦକ, ଦେବୀ ପ୍ରସାଦ ଭୂତିଆ, ହର୍ଷବଦ୍ଧନ ସିଂହଦେଓ, ଶଶୀ କୁମାର ସାହୁଙ୍କୁ ବିଜେଡି ରାଜ୍ୟ ସଂପାଦକ, ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କୁ ବିଜେଡି ରାଜ୍ୟ ସଂପାଦକ ସହିତ ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସେହିପରି ବିଜେଡି ରାଜ୍ୟ ସଂପାଦକ ସୁଧୀର କୁମାର ଦାସଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ସୁଶିଲ ରାୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ଉପ-ସଭାପତି ଭାବେ ଭୁବନାନନ୍ଦ ଦାସ, ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ସଂପାଦକ ଭାବେ ମନୋଜ କୁମାର ରାଉତ, ଆଶିଷ ଘୋଷ ଏବଂ ଅରୁଣ ଚାଟାର୍ଜୀଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ-ସଭାପତି ଭାବେ କଟକର ମିହିର ରଞ୍ଜନ ପରିଡ଼ା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଭାବେ ଲୋହିତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ଦେବଗଡ଼ ବିଧାୟକ ଶ୍ରୀ ସଂଜୀବ କୁମାର ପ୍ରଧାନଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଛନ୍ତି ।