ଆୟୋଡ଼ିନରେ ନିଷ୍କି୍ରୟ ହେବ କରୋନା

ଆୟୋଡ଼ିନରେ ନିଷ୍କି୍ରୟ ହେବ କରୋନା

ଆୟୋଡ଼ିନରେ ନିଷ୍କି୍ରୟ ହେବ କରୋନା
ନୂଆଦିଲ୍ଲୀ: କରୋନା ଟିକା ବାହାର କରିବା ଲାଗି ବୈଜ୍ଞାନିକମାନେ ପ୍ରାଣପଣେ ଉଦ୍ୟମ ଚଳାଇଥିବା ବେଳେ ଏବେ ଆୟୋଡ଼ିନ ଦ୍ୱାରା ଭୂତାଣୁକୁ ନିଷ୍କି୍ରୟ କରାଯାଇ ପାରିବ ବୋଲି କିଛି ଗବେଷକ ଦାବି କରିଛନ୍ତି । ଆମେରିକାର ୟୁନିଭରସିଟି ଅଫ କନେକ୍ଟିକଟ ସ୍କୁଲ ଅଫ ମେଡିସିନର ଗବେଷକମାନେ ଏକ ଅଧ୍ୟୟନ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ନୋଭେଲ କରୋନା ଭୂତାଣୁକୁ ବ୍ୟାପିବାକୁ ନ ଦେବା ଲାଗି ଆୟୋଡ଼ିତ ସମାଧାନ ବିଶେଷ ଭାବେ ସହାୟକ ହୋଇପାରିବ । ସେମାନେ ଦେଖିବାକୁ ପାଇଛନ୍ତି ଯେ ୦.୫%, ୧.୨୫% ଏବଂ ୨.୫% ସାନ୍ଦ୍ରତା ଥିବା ଆୟୋଡିନ କରୋନା ଭୂତାଣୁ ଉପରେ ପ୍ରଭାବ ଦେଖାଉଛି । ଭୂତାଣୁକୁ ସମ୍ପୂର୍ଣ୍ଣ ଭାବେ ନିଷ୍କି୍ରୟ କରିବା ଲାଗି ଏଗୁଡ଼ିକ ସମର୍ଥ । ଏଥିପାଇଁ ମାତ୍ର ୧୫ ସେକେଣ୍ଡ ଲାଗିବ । ଗବେଷକମାନେ କରୋନା ଭୂତାଣୁକୁ ନିଷ୍କି୍ରୟ କରିବା ଲାଗି ଇଥାନଲ ଆଲକହଲକୁ ନେଇ ପରୀକ୍ଷା କରିଥିଲେ । କିନ୍ତୁ ଏହା ଆଶାନୁରୂପ ଫଳ ଦେଇ ନଥିଲା । ଏହା ପରେ ସେମାନେ ଆୟୋଡିନ ଉପଚାର ଉପରେ ମନୋନିବେଶ କରିଥିଲେ । ଆୟୋଡିନ ଉପଚାର ଦ୍ୱାରା ସାର୍ସ ଏବଂ ମେର୍ସ ଭଳି ସମାନ ପ୍ରକାର ଭୂତାଣୁ ରୋଗର ପ୍ରତିକାର କରାଯାଇପାରିବ ବୋଲି ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଥିଲା । ଗବେଷକମାନେ ଏବେ ଦାବି କରିଛନ୍ତି ଯେ ‘ନାଜାଲ ଡିସଇନଫେକ୍ଟାଣ୍ଟ‘ ଭାବେ ଆୟୋଡିନକୁ ବ୍ୟବହାର କରାଯାଇପାରିବ । ଏହା ଦ୍ୱାରା ଡ୍ରପଲେଟ ମାଧ୍ୟମରେ କରୋନା ଆଉ ବ୍ୟାପିବ ନାହିଁ ।