ବିବାଦକୁ ଆସିଲା ଛପାକ୍

ବିବାଦକୁ ଆସିଲା ଛପାକ୍

ବିବାଦକୁ ଆସିଲା ଛପାକ୍
ମୁମ୍ବାଇ - ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି । ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ ସେ ଲେଖିଛନ୍ତି ବୋଲି । ଏହାକୁ ନେଇ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାକେଶ କହିଛନ୍ତି, ଏସିଡ଼୍ ଆଟାକ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ଲେଖକ ଭାବେ ତାଙ୍କୁ ଶ୍ରେୟ ମିଳିବା ଦରକାର । ସୂଚନା ମୁତାବକ ରାକେଶ ଅଭିଯୋଗ କରିଛନ୍ତି କି ଏଥିପାଇଁ ସେ ଏକ ସ୍କି୍ରପ୍ଟର କଳ୍ପନା କରିଥିଲେ । ଯାହାର ଶୀର୍ଷକ ଅସ୍ଥାୟୀ ଭାବେ ‘ବ୍ଲାକ ଡେ’ ରଖାଯାଇଥିଲା । ଫେବୃୟାରୀ ୨୦୧୫ ରେ ସେ ଇଣ୍ଡିଆନ ମୋଶନ ପିକ୍ଚର୍ସ ପ୍ରଡୁ୍ୟସର ଆସୋସିଏସନ ସହ ଏହାର ପଞ୍ଜୀକରଣ ମଧ୍ୟ କରିଥିଲେ ବୋଲି କହିଛନ୍ତି । ଏହାକୁ ନେଇ ସେ କାମ ଜାରି ରଖିବା ସହ କଳାକାର ଓ ପ୍ରଯୋଜକଙ୍କ ସହ କଥା ମଧ୍ୟ ହେଉଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଫକ୍ସ ଷ୍ଟାର ଷ୍ଟୁଡିଓ ମଧ୍ୟ ଏଥିରେ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି ।