ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ
ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ
admin
Apr 22, 2021 - 10:30
Updated: Apr 22, 2021 - 10:30
ନୂଆଦିଲ୍ଲୀ : ସମସ୍ତେ ଚାହାଁନ୍ତି ତାଙ୍କ ପାଖକୁ ବହୁତ ପଇସା ଆସୁ । ଟଙ୍କା କାହାକୁ ବା ପସନ୍ଦ ନୁହେଁ । ଆଜିକାଲି ଯୁଗରେ ଏମିତି ହୁଏତ କେହି ନଥିବେ ଯିଏ ଟଙ୍କାକୁ ମନା କରିବ । ତେବେ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ନିଜ ଖର୍ଚଚ୍ ଉପରେ ଲଗାମ ଲଗାଇବାକୁ ପଡିବ । ତେବେ ଏଥିପାଇଁ କିଛି ବାସ୍ତୁ ନିୟମ ମଧ୍ୟ ମାନିବାକୁ ପଡିବ । ଏମିତି କିଛି ଜିନିଷ ଅଛି ଯାହା ଆପଣଙ୍କ ପର୍ସରେ ରହିଲେ ତାହା ଆପଣଙ୍କ ଆୟ ଏବଂ ବ୍ୟୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କୁହାଯାଏ ଏହି ଜିନିଷ ପର୍ସରେ ରହିଲେ ଆର୍ଥିକ କ୍ଷତି ହୋଇଥାଏ ।
ଅଧିକାଂଶ ଲୋକେ ନିଜ ପର୍ସରେ ଟଙ୍କାକୁ ମୋଡି କରି ରଖନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏମିତି କରିବା ଉଚିତ୍ ନୁହେଁ । ଏହା ବ୍ୟତୀତ ୱାଲେଟରେ କେବେ ବି ବିଲ୍-ରସିଦ କିମ୍ବା ଏଭଳି କିଛି ଟିକେଟ୍ ରଖିବା ଉଚିତ୍ ନୁହେଁ । କୁହାଯାଏ ଏମିତି କଲେ ଘରେ ଆର୍ଥିକ ବିବାଦ ବଢେ ।
ୱାଲେଟରେ ବିଡି-ସିଗାରେଟ୍ ଓ ଗୁଟଖା ରଖିବା ଅନୁଚିତ । ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ପର୍ସକୁ ନିଜ ଶୋଇବା ସ୍ଥାନ ପାଖରେ ବା ଖଟ ଉପରେ ରଖନ୍ତୁ ନାହିଁ । ଦୂରେଇକି ବା ଆଲମାରୀରେ ରଖନ୍ତୁ । ପର୍ସ ଚିରିଗଲେ ବା ଫାଟିଗଲେ ତୁରନ୍ତ ଏହାକୁ ବଦଳାଇବା ଉଚିତ୍ । କରଜ କିମ୍ବା ଯଦି ତାର ସୁଧ ଦେବାର ଅଛି ତେବେ ସେହି ରାଶି ପର୍ସରେ ରଖନ୍ତୁ ନାହିଁ । ଏମିତି କଲେ କରଜ ବଢିବା ଆଶଙ୍କା ରହିପାରେ । ଏହା ସହିତ ନୋଟ୍ ଓ କଏନକୁ ଏକାଠି କେବେ ମିଶାଇ ରଖନ୍ତୁ ନାହିଁ ।
ବାସ୍ତୁ ଅନୁସାରେ ନିଜ ପର୍ସରେ ମାତା ଲକ୍ଷ୍ମୀଙ୍କ ଫଟୋ ରଖିବା ଉଚିତ୍ । କୁହାଯାଏ ଏମିତି କଲେ ଆପଣଙ୍କ ପର୍ସକୁ ପଇସା ଆସିଥାଏ । ଆପଣଙ୍କ ପର୍ସ କେବେ ବି ଖାଲି ରହିବନି । ୱାଲେଟରେ ଚିମୁଟାଏ ଚାଉଳ ରଖିବା ଉଚିତ୍ । ଏମିତି କରିବା ଦ୍ୱାରା ଆପଣଙ୍କ ପଇସା ଖୁବ୍ ଶୀଘ୍ର ଖର୍ଚ୍ଚ ହେବନି ।