ପିପିଲି ଉପନିର୍ବାଚନ : ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ
ପିପିଲି ଉପନିର୍ବାଚନ : ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ
admin
Apr 22, 2021 - 10:13
Updated: Apr 22, 2021 - 10:13
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ତାରିଖ ପୁଣି ବଦଳିଛି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏବେ ମେ’ ୧୬ରେ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସେହିପରି ମେ’ ୧୯ରେ ଭୋଟ ଗଣତି କରାଯିବ । ମେ’ ୧୩ରେ ଇଦଉଲ ଫିତର ଥିବାରୁ ନିର୍ବାଚନ ତାରିଖ ବଦଳିଛି ।
ସୂଚନାଯୋଗ୍ୟଯେ, ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା । ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିଲେବି କଂଗ୍ରେସ ପକ୍ଷରୁ ହିଁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଅପରପକ୍ଷରେ ପୂର୍ବରୁ ନିର୍ବାଚନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିବାବେଳେ ଏବେ ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବ / ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ ।
ସମ୍ପ୍ରତି ବିଜେଡ଼ିରୁ ରୁଦ୍ର ମହାରଥି ଓ ବିଜେପିରୁ ଆଶ୍ରୀତ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ଘୋଷଣା କରାଯିବ । ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଜିତ ମଙ୍ଗରାଜଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ । ସେମାନେ ମନା କରିଛନ୍ତି । ଆମର ପ୍ଲାନ ‘ଏ’ ଫେଲ ମାରିଛି, ପ୍ଲାନ ‘ବି’ କାର୍ଯ୍ୟକାରୀ କରିବୁ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।