କଟକ ରେ  ଆରମ୍ଭ ହେଲା ଏମଜିଏମ ଫାଓ ଲିଗ।

କଟକ ରେ  ଆରମ୍ଭ ହେଲା ଏମଜିଏମ ଫାଓ ଲିଗ।

କଟକ: କଟକ ରେ  ଆରମ୍ଭ ହେଲା ଏମଜିଏମ ଫାଓ ଲିଗ। ଓଡିଶା ଫୁଟବଲ ସଂଘ ପକ୍ଷରୁ ଆଜିଠୁ ଓଡିଶା  କଟକ ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଛି ଏମଜିଏମ ଫାଓ ଲିଗ । ତିନି ମାସ ଧରି ଖେଳାଯିବାକୁ ଥିବା ଏହି ଲିଗ ରେ ମୋଟ 33 ଟିମ ଭାଗ ନେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଖେଳାଳି ମାନେ ଏହି ଲିଗ ରେ ଅଂଶ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ସନ୍ତୋଷ ଟ୍ରଫି ପାଇଁ ତୃଣମୂଳ ସ୍ତରରୁ ଭଲ ଖେଳାଳି ଚୟନ କରିବା ଏହି ଲିଗ ର ମୁଲଲକ୍ଷ । ଏହାଛଡା ରାଜ୍ୟରେ ଫୁଟବଲ କ୍ରୀଡା ର ବିକାଶ ପାଇଁ ନୂଆ କମିଟି ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଏହାସହ କଟକ ରେ ଏକ ଫୁଟବଲ ଷ୍ଟାଡିଅମ ନିର୍ମାଣ ହେବାନେଇ ମଧ୍ୟ ଯୋଜନା ରଖାଯାଇଥିବା ସ୍ପଷ୍ଟ କରିଛି ଫାଓ ର ନୂଆ କମିଟି। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ  ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଯୋଗ ଦେଇଥିଲା ବେଳେ ଫାଓ ସଭାପତି ସମୀର ଦେ ଓ ସମ୍ପାଦକ ଆଶ୍ରିବାଦ ବେହେରା ଙ୍କ ସମେତ ପ୍ରମୁଖ ପୂର୍ବତନ ଫୁଟବଲ ଖେଳାଳି ଯୋଗଦେଇଥିଲେ।