ମାରୱାଡ଼ି ସମାଜ ର ଅଧକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ,ମତଦାନ ଅଗଷ୍ଟ ପହିଲା ରେ

ମାରୱାଡ଼ି ସମାଜ ର ଅଧକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ,ମତଦାନ ଅଗଷ୍ଟ ପହିଲା ରେ

ଭାଇଚାରା ର ସହର କଟକ ରେ ପାଖାପାଖି ୫୦-୬୦ ହଜାର ମାରୱାଡ଼ି ବସବାସ କରନ୍ତି,କଟକ ରେ ବିଭିନ୍ନ ପୂଜା,ପର୍ବ ପର୍ବାଣୀ ରେ ମଧ୍ୟ ସେମାନେ ନିଜକୁ ସାମିଲ କରନ୍ତି,ଏହା ବ୍ୟତୀତ ବର୍ଷ ତମାମ ବିଭିନ୍ନ ସାମାଜିକ କାର୍ଯ୍ୟ କଳାପ ଦ୍ଵାରା ଲୋକ ମାନଙ୍କୁ ସାହାଯ୍ୟ କରିଥାଏ ମାରୱାଡ଼ି ସମାଜ,ତେବେ ୨୦୦୯ ମସିହାରେ କଟକ ରେ ମାରୱାଡ଼ି ସମାଜ ଗଠନ ହୋଇଥିଲା,ଆଜି ପର୍ଯ୍ୟନ୍ତ ୭୧୧୩ ଜଣ ମତଦାତା ଏହି ସମାଜ ରେ ରେଜିଷ୍ଟ୍ରି କରିଛନ୍ତି,ପ୍ରତି ଦୁଇ ବର୍ଷ ରେ ଥରେ ମାରୱାଡ଼ି ସମାଜ ରେ ଅଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ, ଠିକ୍ ସେହିଭଳି ବର୍ଷ ୨୦୨୪୨୦୨୬ ବର୍ଷ ପାଇଁ ହେଉଥିବା ଅଧକ୍ଷ ପଦ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା,ଏହା ଚଳିତ ମାସ ୨୪୨୫ ଦୁଇ ଦିନ ଧରି ଚାଲିବ,ଏବଂ ଆସନ୍ତା ଅଗଷ୍ଟ ମାସ ଏକ ତାରିଖରେ କଟକ ମାଣିକ ଘୋଷ ବଜାର ସ୍ଥିତ ମାରୱାଡ଼ି କ୍ଲବ୍ ରେ ସକାଳ ୮ଟା ରୁ ଅପରାହ୍ନ ୪ଟା ଯାଏ ଏହି ମତଦାନ ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି ଏହାର ନିର୍ବାଚନ କମିଟି ର ସଦସ୍ୟ

ଅପର ପକ୍ଷରେ ପ୍ରଥମ ଦିନରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ,ଅଧକ୍ଷ ପଦ ପାଇଁ ଆବେଦନ କରିବାକୁ ଆସିଛନ୍ତି ପାର୍ଥୀ ସଞ୍ଜୟ ,ସେ କହିଛନ୍ତି ମାରୱାଡ଼ି ସମାଜ ରେ କେବଳ ମାରୱାଡ଼ି ସମ୍ପ୍ରଦାୟ ପାଇଁ ନୁହେଁ ବରଂ ସମାଜ ପାଇଁ ଆମେ କାମ କରି ଆସିଚୁ ଏବଂ ଆଗାମୀ ଦିନରେ ମଧ୍ୟ କରିବୁ,ଶାନ୍ତି , ମୈତ୍ରୀ ,ଏକତା କୁ ସମ୍ବୃଧ୍ୟ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି, ତେବେ ମାରୱାଡ଼ି ସମାଜ ର ଏହି ନିର୍ବାଚନ ଏକ ବିଶେଷ ଲକ୍ଷ ରଖିଥାଏ,ଯାହା ଫଳରେ ପ୍ରତି ଦୁଇ ବର୍ଷ ରେ ଥରେ ଆଜିକୁ ୧୫ ବର୍ଷ ହେବ ଏହା ଅନୁଷ୍ଠିତ ହୋଇ ଆସୁଛି।