କଟକ ବିଜୁ ପଟ୍ଟନାୟକ ପାର୍କ ଓଡ଼ିଶାର ବୃହତ୍ତମ ପାର୍କ ଭାବରେ ନୂତନ  ରୂପରେଖା ପାଇବାକୁ ଯାଉଛି

କଟକ ବିଜୁ ପଟ୍ଟନାୟକ ପାର୍କ ଓଡ଼ିଶାର ବୃହତ୍ତମ ପାର୍କ ଭାବରେ ନୂତନ  ରୂପରେଖା ପାଇବାକୁ ଯାଉଛି

୩୦ ଏକର ଜାଗାରେ ନିର୍ମିତ  ଓଡ଼ିଶା ର ବୃହତ୍ତମ ବିଜୁ ପଟ୍ଟନାୟକ ପାର୍କ   ଦୀର୍ଘ 40ବର୍ଷ ପରେ ଏକ ନୂତନ ରୂପରେଖ ରେ ପ୍ରକାଶ ହେବାକୁ ଯାଉଛି ।ମୋ ୱାର୍ଡ କାର୍ଯ୍ୟକ୍ରମ ଜରିଆରେ ୨ ଦିନ ୱାର୍ଡ  3  ରହଣି ସମୟରେ ମେୟର ସୁବାସ ସିଂହ ଓ ତତ୍କାଳୀନ ସି.ଏମ.ସି କମିଶନର ନିଖିଲ ପବନ କଲ୍ୟାନ, ବିଜୁ ପଟ୍ଟନାୟକ ପାର୍କ ପ୍ରତିଷ୍ଠା ହେବାର ୪୦ ବର୍ଷ  ପରେ ବିପର୍ଯ୍ୟସ୍ତ ଅବସ୍ଥା ଦେଖି , ଦୀର୍ଘ ୨ ଘଣ୍ଟା ପ୍ରାତ ଭ୍ରମଣକାରି ସହ ବୁଲିବୁଲି ଦେଖିବା ପରେ ଡ଼ି ପି ଆର ପ୍ରସ୍ତୁତି କରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ । ଏବଂ ସମସ୍ତ ପ୍ରସ୍ତୁତି ସହ ପ୍ରାୟ ଏକ ମାସ ଭିତରେ କାର୍ଯ୍ୟ ଆରମ୍ଭ ହୋଇଥିଲେ  . ପର୍ଯ୍ୟବେଖଣ ଅବସରରେ  CDA  ର  ଅଥରିଟି ମିଟିଙ୍ଗରେ DPRO  କ୍ରମେ ୨୪ କୋଟି ଟଙ୍କାରେ ଏକ ବ୍ୟୟ ବରାଦରେ ଏକ ଅତ୍ୟାଧୁନିକ ଓ ଜ୍ଞାନକୌଶଳ ପ୍ରୟୋଗକରଯାଇ ଓଡିଶା ର ସବୁଠାରୁ ସୁବିଧା ଥିବା ଏକ ପାର୍କ ର ରୂପରେଖ କରାଯାଇଥିଲା .. ୪ ଏକର ଜାଗା ପରିମିତ ଗଲ୍ଫ ଖେଳ ପଡିଆ ରେ ସମସ୍ତ ସୁବିଧା ଥାଇ ଭିନ୍ନ ପ୍ରବେଶ ପଥ ସହ ପ୍ରସ୍ତୁତି ହେଥିଲବେଲେ,  ୭। ଟି ଯୋଗ କେନ୍ଦ୍ର ଚିହ୍ନଟ ହୋଇ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଛି , ଏଥି ସହ ୧୦ ଟି water  ଫାଉଣ୍ଟେନ୍  , koraput coffee center , ପିଲାମାନଙ୍କ ଖେଳ ପଡିଆ, ମୁକ୍ତାକାଶ ଜିମ୍, ସିଟିଂ ବେଞ୍ଚ , rain rest shed ,  ପ୍ରଭୁତି ସେହି ପାର୍କ ରେ ସ୍ଥାନ ପାଇଛି .ଏହି ଅବସରରେ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ , ସିଟି ଇଂଜିନିୟର ଅତନୁ ସାମନ୍ତ , କର୍ପୋରେଟର  ପ୍ରଦୀପ୍ତ କୁମାର ରାଉତ  ପ୍ରଫେସର ଜ୍ଞାନ .ଶର୍ମା, ପବିତ୍ର ମହାନ୍ତି , ଅଶ୍ୱିନୀ ମହାନ୍ତି , ଲକ୍ଷ୍ମୀନାରାୟଣ ଦାସ, ଏ .ସରଙ୍ଗୀ, ଦେବବ୍ରତ ମହାନ୍ତି , ଗୌତମ ପଣ୍ଡା , ଅମୁଲ୍ୟ ବେହେରା , ରଜନୀ ବଲ୍ଲବ ଦାସ , ବେଣୁଧର ପାତ୍ର, ଡା. ପି.କେ. ନନ୍ଦ , ରବିନାରାୟଣ ଦାସ, ମନୀଷ ଅଗ୍ରୱାଲ, ପରୀକ୍ଷିତ  ସାହୁ, ଜର୍ଜ ପଟ୍ଟନାୟକ, ଏ.କେ.ସନଡା., ଅକ୍ଷୟ ମହାନ୍ତି , ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ.