ପୋଲାଣ୍ଡ ଦେଶରେ ଘୋଡ଼ା, କୁକୁର ପାଇବେ ଅବସରକାଳୀନ ଭତ୍ତା
ପୋଲାଣ୍ଡ ଦେଶରେ ଘୋଡ଼ା, କୁକୁର ପାଇବେ ଅବସରକାଳୀନ ଭତ୍ତା
admin
Apr 19, 2021 - 13:19
Updated: Apr 19, 2021 - 13:19
ଅବସର ପରେ ବୟସ୍କ ପିଢ଼ି ଅସହାୟ ମନେ କରୁଥିବାରୁ ସରକାର ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତାର ବନେ୍ଦାବସ୍ତ କରିଛନ୍ତି । ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକରେ ଭିନ୍ନ ଭିନ୍ନ ନିୟମମାନ ରହିଛି । ଏଇ ଯେପରି ପୋଲାଣ୍ଡ ସରକାର ବନେ୍ଦାବସ୍ତ କରିଛନ୍ତି । ସରକାରୀ ଦାୟିତ୍ୱରେ ଥିବା କୁକୁର, ଘୋଡ଼ାଙ୍କୁ ଅବସର ପରେ ବିଭିନ୍ନ ପ୍ରକାର ସୁବିଧା ଦିଆଯିବ । ପୂର୍ବରୁ ସେଠା ପୁଲିସ ଓ ଅନ୍ୟାନ୍ୟ ବିଭାଗରେ କାମ କରୁଥିବା କୁକୁର, ଘୋଡ଼ା ଅବସର ପରେ ଏନିଜିଓ ସଂସ୍ଥାକୁ ହସ୍ତାନ୍ତର କରାଯାଉଥିଲା ନଚେତ କେହି ବ୍ୟକ୍ତି ବିଶେଷ ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ମଧ୍ୟ ବିକି୍ର ହେଉଥିଲା । ଦେଶସେବା ଯୋଗାଉଥିବା ଏହି କୁକୁର, ଘୋଡ଼ାଙ୍କୁ ମଧ୍ୟ ସ୍ୱତନ୍ତ୍ର ସୁବିଧା ଦିଆଯିବା ତାଲିକାରେ ସେମାନଙ୍କୁ ଅବସରକାଳୀନ ଭତ୍ତା କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ସେହି ଘୋଡ଼ା, କୁକୁରଙ୍କ ଦାୟିତ୍ୱ ନେଉଥିବା ବ୍ୟକ୍ତି ଖର୍ଚ୍ଚ ଉଠାଇପାରିବ । ପୋଲାଣ୍ଡ ନେଇଥିବା ଏଭଳି ପଦକ୍ଷେପ ବିଶ୍ୱର ଅନ୍ୟ ରାଷ୍ଟ୍ର ସମୂହ ପ୍ରଶଂସା କରିବା ସହ ଯଥା ଶୀଘ୍ର ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।