ଘଣ୍ଟାକୁ ୪୦ କିମି ଚାଲୁଛି ‘କରୋନା କାର’

ଘଣ୍ଟାକୁ ୪୦ କିମି ଚାଲୁଛି ‘କରୋନା କାର’

ଘଣ୍ଟାକୁ ୪୦ କିମି ଚାଲୁଛି ‘କରୋନା କାର’
କରୋନା ସଚେତନତା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି ‘କରୋନା କାର’ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ହାଇଦ୍ରାବାଦର ବାହାଦୂରପୁରା ସ୍ଥିତ ସୁଧା କାର ମ୍ୟୁଜିୟମର ବାନ୍ୟାବୋୟିନା ସୁଧାକର ଏହି କାର ଡିଜାଇନ କରିଛନ୍ତି । କାରକୁ ସେ କରୋନା ଭାଇରସ ଆକୃତିର ଡିଜାଇନ କରିଛନ୍ତି । ଫଳରେ ସାମାଜିକ ଦୂରତା ଉପରେ ସଚେତନତାର ପ୍ରସାର କରାଯାଇପାରିବ ବୋଲି ସେ କହିଛନ୍ତି । ଏହାର ମୁଖ୍ୟ ସଚିବ ସୋମେଶ କୁମାର କରୋନା କାରର ଅନାବରଣ କରିଛନ୍ତି । ଯଦି ସରକାରୀ ଏଜେନ୍ସି ଓ ପୁଲିସ ରୁଚି ଦେଖାଇବେ, ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଏହି କାର ବ୍ୟବହାର କରିବେ ବୋଲି କହିଛନ୍ତି । ୧୦୦ ସିସି ଇଞ୍ଜିନ ବିଶିଷ୍ଟ ଏହି କାରର ୬ ଚକା ରହିଛି । ଏକମାତ୍ର ସିଟ୍ ସହିତ ସମ୍ପୂର୍ଣ୍ଣ ଗାଡ଼ି ଫାଇବରରେ ପ୍ରସ୍ତୁତ ହୋଇଛି । ଘଣ୍ଟା ପ୍ରତି ୪୦ କିମି ବେଗରେ ଏହା ଗତି କରିପାରେ । କରୋନା କାର ପ୍ରସ୍ତୁତି ଲାଗି ସୁଧାକରଙ୍କୁ ୧୦ ଦିନ ସମୟ ଲାଗିଥିଲା । ଏହା ପୂର୍ବରୁ ସେ ଏକାଧିକ ମଡେଲର କାର ଡିଜାଇନ କରିଛନ୍ତି । ତନ୍ମଧ୍ୟରେ ହ୍ୟାଣ୍ଡବ୍ୟାଗ କାର, ଜୋତା କାର, ହେଲମେଟ କାର, କ୍ୟାମେରା କାର, ଶୌଚାଳୟ କାର, ବର୍ଗର କାର ଓ ଆହୁରି ଅନେକ ମଡେଲ ସାମିଲ । ଅସଂଖ୍ୟ ବାଇସାଇକେଲ ସେ ଡିଜାଇନ କରିଛନ୍ତି । ବିଭିନ୍ନ ଅବସର ଓ ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ସୁଧାକର ସର୍ବଦା କାର୍ ଡିଜାଇନ କରିଥାନ୍ତି । ବର୍ତ୍ତମାନ ସମୟରେ, ଲୋକଙ୍କୁ ଘରେ ରହିବାକୁ ଏବଂ ସୁରକ୍ଷିତ ରହିବାକୁ କହିବା ସୁବୁଠୁ ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିରୁ କରୋନା ଭାଇରସ କାର ଏହି ବାର୍ତ୍ତାର ପ୍ରସାର ନିମନ୍ତେ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ସୁଧାକର କହିଛନ୍ତି ।