ପୁଅକୁ ବଞ୍ଚାଇବାକୁ ନିଆଁକୁ ଡେଇଁପଡ଼ିଲା ମା’

ପୁଅକୁ ବଞ୍ଚାଇବାକୁ ନିଆଁକୁ ଡେଇଁପଡ଼ିଲା ମା’

ପୁଅକୁ ବଞ୍ଚାଇବାକୁ ନିଆଁକୁ ଡେଇଁପଡ଼ିଲା ମା’
ମାଣତି୍ର: ହୁତୁ ହୋଇ ଜଳୁଥିବା ଘର ଭିତରୁ ୫ ବର୍ଷର ପୁଅକୁ ଉଦ୍ଧାର କରିବା ପରେ ମାଆ ଏବେ ଗୁରୁତର । ଜୀବନ ସହ ସଂଘର୍ଷ କରୁଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଦେଉଳିଆ ପଞ୍ଚାୟତ ବଇଁଚା ଗ୍ରାମରେ ରାତିରେ ଘଟିଥିବା ଏକ ଘଟଣା ପୁଅ ପାଇଁ ଜୀବନକୁ ବାଜି ଲଗାଇଥିବା ଜଣେ ମା’କୁ ସାମନାକୁ ଆଣିଛି । ପ୍ରାୟ ସାଢେ଼ ୧୦ଟା ସମୟ ବଇଁଚା ଗ୍ରାମର ଗଣେଶ ସିଂ (୩୨)ଙ୍କ ଚାଳ ଛପର ଘରେ କୌଣସି କାରଣରୁ ନିଅାଁ ଲାଗିଯାଇଥିଲା । ଏହି ସମୟରେ ଗଣେଶ ଓ ପତ୍ନୀ ଫୁଲ (୨୫) ଘରଠାରୁ କିଛି ଦୂରରେ ନିଅାଁ ପୁଉଁଥିଲେ । ଘରଟି ଜଳି ଉଠିବା ଦେଖି ଭିତରେ ଶୋଇଥିବା ୫ ବର୍ଷର ପୁଅକୁ ଉଦ୍ଧାର କରିବାକୁ ନିଅାଁ ବଳୟ ଭିତରକୁ ଲମ୍ପ ଦେଇଥିଲେ ଫୁଲ । ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଥିଲେ ବି ନିଜେ ନିଅାଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଛି । ଏବେ ଗୁରୁତର ଅବସ୍ଥାରେ ବଞ୍ଚିବାକୁ ସଂଘର୍ଷ କରୁଥିବା ମା’କିନ୍ତୁ ନିଜ ସନ୍ତାନର ସୁରକ୍ଷା ପାଇଁ ମୃତୁ୍ୟକୁ ବି ସାମ୍ନା କରିପାରନ୍ତି ବୋଲି ପ୍ରମାଣିତ କରିଛନ୍ତି ।