ହୃଦଘାତରେ ପ୍ରାଣ ହରାଇଲେ ଡିନ ଜୋନ୍ସ

ହୃଦଘାତରେ ପ୍ରାଣ ହରାଇଲେ ଡିନ ଜୋନ୍ସ

ହୃଦଘାତରେ ପ୍ରାଣ ହରାଇଲେ ଡିନ ଜୋନ୍ସ
ମେଲବୋର୍ଣ୍ଣ : ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଡିନ ଜୋନ୍ସ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଜି ୫୯ ବୟସରେ ପ୍ରାଣ ହରାଇଛନ୍ତି । ଆଇପିଏଲ ୨୦୨୦ ପାଇଁ ମୁମ୍ବାଇରେ ରହିଥିବା ଜୋନ୍ସ ସକାଳ ଜଳଖିଆ ଖାଇବା ପରେ ପ୍ରାଣ ହରାଇଥିଲେ । ସାଥୀ ଭାଷ୍ୟକାର ବ୍ରେଟ ଲି ଏବଂ ନିଖିଲ ଚୋପ୍ରାଙ୍କ ସହିତ ଜଳଖିଆ ପରେ ଜୋନ୍ସ ବେହୋସ ହୋଇଯାଇଥିଲେ । ଲି ତାଙ୍କୁ ସିପିଆର ଦେବାକୁ ଚେଷ୍ଟା କରିଥିଲେ ମାତ୍ର ଜୋନ୍ସଙ୍କ ପରଲୋକ ଘଟିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୋନ୍ସ ୫୨ଟି ଟେଷ୍ଟ ମ୍ୟାଚରୁ ୪୬.୫୫ ହାରରେ ୩୬୩୧ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୧୧ଟି ଶତକ ଏବଂ ୧୯୮୬ ମସିହାରେ ଭାରତ ବିରୋଧରେ ଦ୍ୱିଶତକ ସାମିଲ ରହିଥିଲା । ସେହିପରି ଦିନିକିଆରେ ୧୬୪ଟି ମ୍ୟାଚ ଖେଳିବା ସହିତ ୪୪.୬୧ ହାରରେ ୬୦୬୮ ରନ ସଂଗ୍ରହ କରିଥିଲେ ।