ଆଇସିସି ବିଶ୍ୱକପ : ୧୦ ୱିକେଟ୍ ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

ଆଇସିସି ବିଶ୍ୱକପ : ୧୦ ୱିକେଟ୍ ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

ଆଇସିସି ବିଶ୍ୱକପ : ୧୦ ୱିକେଟ୍ ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ
ଇଂଲଣ୍ଡ : ଆଇସିସି ବିଶ୍ୱକପର ତୃତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଛି । ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ସାମ୍ନା କରିନପାରି ୨୯.୨ ଓଭରରେ ମାତ୍ର ୧୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ନବନିଯୁକ୍ତ କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ ରେ ତିଷ୍ଠି ପାରି ନଥିଲେ । କରୁଣାରତ୍ନେ ସର୍ବାଧିକ ୫୨ (୮୪ ବଲ୍, ୪ ଚୌକା) ରନ୍ କରି ଅପରାଜିତ ଥିଲେ । ଟିମର ସାତଜଣ ବ୍ୟାଟ୍ସମ୍ୟାନ୍ ଖାତା ମଧ୍ୟ ଖୋଲିପାରି ନଥିଲେ । ଜବାବରେ ନ୍ୟୁଜିଲ୍ୟାଣ୍ଡ୍ କେବଳ ୧୬.୧ ଓଭରରେ ବିନା ୱିକେଟ୍ ହରାଇ ୧୩୭ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି । ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଦୁଇ ଓପନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ଅପରାଜିତ ଅର୍ଦ୍ଧଶତକ ମାରି ଟିମକୁ ଜିତାଇଛନ୍ତି । ଗପ୍ଟିଲ୍ ୫୧ ବଲରେ ୮ ଚୌକା ଓ ୨ ଛକା ସହ ୭୩ ଓ ମୁନରୋ ୪୭ ବଲରେ ୬ ଚୌକା ଓ ୧ ଛକା ସହ ୫୮ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ୧୩୬, ୨୯.୨ ଓଭର: ଦିମୁତ କରୁଣାରତ୍ନେ ୫୨, କୁଶଲ ପରେରା ୨୯, ଥିସାରା ପରେରା ୨୭, ମ୍ୟାଟ୍ ହେନରୀ ୩/୨୯, ଲକି ଫର୍ଗୁସନ୍ ୩/୨୨ ନ୍ୟୁଜିଲ୍ୟାଣ୍ଡ୍ ୧୩୭/୦, ୧୬.୧ ଓଭର: ମାର୍ଟିନ୍ ଗପ୍ଟିଲ୍ ୭୩ , କଲିନ୍ ମୁନରୋ ୫୮