ଅର୍ଜ୍ଜୁନ ପୁରସ୍କାର ଲାଗି ଦୂତିଙ୍କ ନାମ ସୁପାରିସ କଲା ଏଏଫଆଇ ।

ଅର୍ଜ୍ଜୁନ ପୁରସ୍କାର ଲାଗି ଦୂତିଙ୍କ ନାମ ସୁପାରିସ କଲା ଏଏଫଆଇ ।

ଅର୍ଜ୍ଜୁନ ପୁରସ୍କାର ଲାଗି ଦୂତିଙ୍କ ନାମ ସୁପାରିସ କଲା ଏଏଫଆଇ ।
ଭୁବନେଶ୍ୱର: ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର ଲାଗି ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ଚାରି ଜଣ ଖେଳାଳିଙ୍କ ନାଁ ସୁପାରିଶ କରିଛି । ସେହିଭଳି ଲଗାତର ତୃତୀୟ ବର୍ଷ ପାଇଁ ମହାସଂଘ ଜାଭେଲିନ ଖେଳାଳି ନିରଜ ଚୋପ୍ରାଙ୍କ ନାଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ “ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର” ଲାଗି ପଠାଇଛି । ଅର୍ଜ୍ଜୁନ ପାଇଁ ଦୂତିଙ୍କ ସହ ଜାକର୍ତ୍ତା ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଅପିନ୍ଦର ସିଂହ (ସଟପୁଟ), ମନଜିତ ସିଂହ (୮୦୦ ମିଟର) ଏବଂ ମଧ୍ୟମ ଦୂର ଧାମିକା ପିୟୁ ଚିତ୍ରାଙ୍କ ନାଁ ଏଏଫଆଇ ସୁପାରିସ କରିଛି । ପୁରୁଷ ବର୍ଗରେ ଅପିନ୍ଦର ପ୍ରଥମ ଓ ମନଜିତ ଦ୍ୱିତୀୟ ପସନ୍ଦ ଥିଲା ବେଳେ ମହିଳାରେ ଦୂତି ପ୍ରଥମ ଓ ଚିତ୍ରା ଦ୍ୱିତୀୟ ପସନ୍ଦ ଅଛନ୍ତି । ପୂର୍ବରୁ ଓଡ଼ିଶା ସରକାର ଦୂତିଙ୍କ ନାଁ ଅର୍ଜ୍ଜୁନ ପୁରସ୍କାର ଲାଗି ସୁପାରିଶ କରିସାରିଛନ୍ତି । ଏଥିଲାଗି ଦୂତି ଏଏଫଆଇକୁ ଧନ୍ୟବାଦ ଦେଇଛନ୍ତି । ଗତ ବର୍ଷ ମଧ୍ୟ ଏଏଫଆଇ ଦୂତିଙ୍କ ନାଁ ସୁପାରିଶ କରିଥିଲା । ତେବେ ୩ ପରିବର୍ତ୍ତେ ୫ ଜଣଙ୍କ ନାଁ ପଠାଇଥିବାରୁ ପସନ୍ଦର ମାନ୍ୟତା ଦେବାକୁ କ୍ରୀଡ଼ା ମନ୍ତ୍ରାଳୟ କହିଥିଲା । ପରବର୍ତ୍ତୀ ସୁପାରିସରେ ଏଏଫଆଇ ପ୍ରଥମ ତିନି ଖେଳାଳି ଭିତରେ ରଖି ନଥିବାରୁ ଦୂତିଙ୍କ ନାମକୁ ଚୟନ ସମିତି ପୁରସ୍କାର ପାଇଁ ବିଚାରକୁ ନେଇନଥିଲା । ମହାସଂଘ ଦ୍ରୋଣାଚାର୍ଯ୍ୟ ଲାଗି ରାଧାକୃଷ୍ଣ ନାୟର, ଧ୍ୟାନଚାନ୍ଦ ପୁରସ୍କାର ଲାଗି କୁଳଦୀପ ସିଂହ ଭୂଲାର ଓ ଜିନ୍ସି ଫିଲିପଙ୍କ ନାଁ ସୁପାରିସ କରିଛି ।