ଏନସିଏରେ ଫିଟ ଘୋଷିତ ହେଲେ ରୋହିତ, ଭାରତୀୟ ଦଳରେ ହୋଇପାରନ୍ତି ସାମିଲ

ଏନସିଏରେ ଫିଟ ଘୋଷିତ ହେଲେ ରୋହିତ, ଭାରତୀୟ ଦଳରେ ହୋଇପାରନ୍ତି ସାମିଲ

ଏନସିଏରେ ଫିଟ ଘୋଷିତ ହେଲେ ରୋହିତ, ଭାରତୀୟ ଦଳରେ ହୋଇପାରନ୍ତି ସାମିଲ
ବେଙ୍ଗାଲୁରୁ : ଏନସିଏରେ ଅଭ୍ୟାସରତ ଭାରତୀୟ ଓପନର ରୋହିତ ଶର୍ମା ଫିଟ ଘୋଷିତ ହୋଇଛନ୍ତି । ଏନସିଏ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ରୋହିତଙ୍କ ଫିଟନେଓ ରିପୋର୍ଟରେ ତାଙ୍କୁ ଫିଟ ଘୋଷିତ କରାଯାଇଛି । ତେବେ ଫିଟ ଘୋଷିତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଦଳରେ ସାମିଲ ହେବା ନେଇ ଆଶଙ୍କା ରହିଛି । ରୋହିତଙ୍କୁ ବିସିସିଆଇ କେବେ ଅଷ୍ଟ୍ରେଲିଆ ପଠାଉଛି ଏହା ଉପରେ ସମସ୍ତଙ୍କର ନଜର ରହିବ । ଯଦି ବିସିସିଆଇ ଆଜି ରୋହିତଙ୍କୁ ଅଷ୍ଟ୍ରେଲିଆ ପଠାଏ ତେବେ ରୋହିତ ଅନ୍ତିମ ଦୁଇ ଟେଷ୍ଟରେ ଖେଳି ପାାରିବେ । ଅଷ୍ଟ୍ରେଲିଆରେ ୧୪ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଥିବାରୁ ଫିଟ ଥିବା ସତ୍ତ୍ୱେ ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିବେ । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ରୋହିତଙ୍କୁ ଭାରତୀୟ ଦଳରେ ସାମିଲ ହେବା ସହିତ କ୍ୱାରେଣ୍ଟିନ ନିୟମ କୋହଳ ପାଇଁ ବିସିସିଆଇ ସଭାପତି ଅନୁରୋଧ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରୋହିତ ଶର୍ମା ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ଚୟନ ହୋଇଥିବା ଟିମରେ ସ୍ଥାନ ପାଇ ନଥିଲେ । ତେବେ ପରବର୍ତ୍ତୀ ସମୟରେ ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ଭାରତ ଫେରୁଥିବାରୁ ବ୍ୟାଟିଂକୁ ସଶକ୍ତ କରିବା ପାଇଁ ରୋହିତଙ୍କୁ ଦଳରେ ସାମିଲ କରାଯାଇଥିଲା । ଆଇପିଏଲ ଖେଳିବା ସମୟରେ ରୋହିତଙ୍କ ହାର୍ମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିଲା । ଆଇପିଏଲ ସମାପ୍ତ ହେବା ପରେ ରୋହିତ ଏନସିଏରେ ରିହାବିଲେସନରେ ରହିବା ସହିତ ଫିଟନେଓ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।