ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
କୋକସରା(ଜଗଦିଶ ଚନ୍ଦ୍ର ନାୟକ) - କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡେଙ୍ଗାଗୁଡା ତେନ୍ତୁଲିପଡା ଗ୍ରାମର ଜଣେ ବୃଦ୍ଧ ଜଙ୍ଗଲି ଭାଲୁ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ମାଧବ ସୁନାନୀ (୭୦)। ସୂଚନାଯୋଗ୍ୟ, ମାଧବ ଆଜି ସକାଲେ ବୋବରିଆ ସ୍ଥିତ ନିଜ ଚାଷ ଜମିର ଧାନଖଲାକୁ ଯାଉଥିବା ସମୟରେ ହଠାତ୍ ପଛପଟୁ ଏକ ଜଙ୍ଗଳି ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ମାଧବ ଚିତ୍କାର କରିବାରୁ ସାଥିରେ ଯାଉଥିବା ଲୋକେ ଭାଲୁକୁ ଘୋଉଡାଇବା ସହ ତାଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଜଙ୍ଗ ଲି ଭାଲୁ ଆକ୍ରମଣରେ ଗୁରୁତର ମାଧନଙ୍କ ବାମ ହାତ ଭାଙ୍ଗିବା ସହ ପେଟରେ ମଧ୍ୟ ଗଭିର କ୍ଷତ ହୋଇଛି । ମାଧବ ଙ୍କ ପରିବାର ଗରୀବ ଶ୍ରେଣୀ ହୋଇଥିବାବେଳେ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ପ୍ରସାଶନ ପାଖରେ ଦାବି କରିଛନ୍ତି। ଅନ୍ୟପକ୍ଷର ଅଞ୍ଚଳରେ ବିଭିନ୍ନ ସମୟେ ଲୋକେ ଭାଲୁ ଆକ୍ରମଣର ଶିକାର ହେଉଥିବାବେଳେ ବନବିଭାଗ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ସାଧାରଣରେ କ୍ଷେଭ ପ୍ରକାଶ ପାଇଛି।