ଗୋଟିଏ ଦିନରେ ୫ କି୍ରକେଟରଙ୍କ ଜନ୍ମଦିନ

ଗୋଟିଏ ଦିନରେ ୫ କି୍ରକେଟରଙ୍କ ଜନ୍ମଦିନ

ଗୋଟିଏ ଦିନରେ ୫ କି୍ରକେଟରଙ୍କ ଜନ୍ମଦିନ
ନୂଆଦିଲ୍ଲୀ: ଭାରତୀୟ କି୍ରକେଟ ଦଳର ପୂର୍ବ ଏବଂ ଏବର ୫ ଖେଳାଳିଙ୍କ ଜନ୍ମଦିନ ଗୋଟିଏ ଦିନରେ ପାଳନ ହୋଇଛି । ଏହି ଦିନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରା ୨୭, ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୩୨ ଏବଂ ଶ୍ରେୟସ ଆୟାର ୨୬ ବର୍ଷରେ ପଦାର୍ପଣ କରିଥିବା ବେଳେ କରୁଣ ନାୟର ୨୯ ଏବଂ ପୂର୍ବତନ ଦ୍ରୁତ ବୋଲର ରୁଦ୍ର ପ୍ରତାପ ସିଂହ ୩୫ ବର୍ଷରେ ପହଞ୍ଚିଛନ୍ତି । ଏମାନଙ୍କ ଜନ୍ମ ଦିନରେ ବହୁ ପୂର୍ବତନ ଏବଂ ଏବର କି୍ରକେଟର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ପୂର୍ବତନ ବ୍ୟାଟସମ୍ୟାନ ବୀରେନ୍ଦ୍ର ସହେବାଗ ଟ୍ୱିଟର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି ଯେ “ଆଜିର ଦିନ ୬/୧୨-ଅଧ ଡଜନେ, ଗୋଟେ ଡଜନେ । ଏବଂ ଏହି ଦିନ ପାଖାପାଖି ଗୋଟେ ଡଜନେର ଚମକ୍ରାର କି୍ରକେଟରମାନେ ଜନ୍ମ ନେଇଥିଲେ । ହାପି ବାର୍ଥଡେ ଟୁ ବୁମରା, ଜାଦେଜା, ଶ୍ରେୟସ, କରୁଣ ।” ସେହିଭଳି ସୁରେଶ ରାଇନା ମଧ୍ୟ ଖେଳାଳିମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋ ସାଥୀ ଏବଂ ସମସ୍ତ ଚମକପ୍ରଦ କି୍ରକେଟରଙ୍କୁ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି । ଏମାନଙ୍କ ସହ ହରଭଜନ ସିଂହ, ସଚିନ ତେନ୍ଦୁଲକର, ବିସିସିଆଇ ପ୍ରମୁଖ ଏହି ବାର୍ଥଡେ ବୟମାନଙ୍କୁ ଶୁଭକାମନା ଜଣାଇଛନ୍ତି ।