ଏନଆରସି ଓ ସିଏଏକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନିରଞ୍ଜନ

ଏନଆରସି ଓ ସିଏଏକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନିରଞ୍ଜନ

ଏନଆରସି ଓ ସିଏଏକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନିରଞ୍ଜନ
ଭୁବନେଶ୍ୱର - ଏନଆରସି ଓ ସିଏଏକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ତାଙ୍କୁ ଜଣେ ପରେ ଜଣେ ରାଜନେତା ସମାଲୋଚନା କରିବାରେ ଲାଗିଛନ୍ତି । ପ୍ରଥମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପରେ ଶନିବାର ପୁଣି ନିରଞ୍ଜନ ପଟ୍ଟନାୟକଙ୍କୁ ନବୀନଙ୍କୁ ସମାଲୋଚନା କରିବା ସହ କଟାକ୍ଷ କରିଛନ୍ତି । ଶନିବାର ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆତ୍ମରକ୍ଷା ପାଇଁ ନବୀନ ବାବୁ ସବୁ ଜଳାଞ୍ଜଳି ଦେଇଛନ୍ତି । ନବୀନ ବାବୁଙ୍କ ନାଁ ଅଛି ନୀତି, ଆଦର୍ଶ ନା ବିଚାରଧାରା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ଗତ ବୁଧବାର ଏନଆରସି ଓ ସିଏଏକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ନାଗରିକଙ୍କ ଉପରେ ସିଏଏର କିଛି ପ୍ରଭାବ ପଡ଼ିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ସିଏଏକୁ ଆମେ ସମର୍ଥନ କରୁଛୁ । ତେବେ ଆମେ ଏନଆରସିକୁ ସମର୍ଥନ କରୁନାହୁଁ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛି । ଏଥିସହ ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ସେହିପରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ଏହି ବୟାନ ପରେ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ନୀବନ ପଟ୍ଟନାୟକ ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଲେଣି । ଆଉ କେତେ ଦିନ ମିଛ କଥା କହି ଭୁଆଁ ବୁଲାଇବେ । ସିଏଏ ଦ୍ୱାରା ଓଡ଼ିଶା ଲୋକେ ପ୍ରଭାବିତ ହେବେ ନାହିଁ ବୋଲି କହିବା ଡବଲ ଷ୍ଟାଣ୍ଡାର୍ଡ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ । ସେହିପରି ବିଜେପି ନେତା ଗୋଲକ ମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟଗ୍ର । ସିଏଏକୁ ହଁ ଓ ଏନଆରସିକୁ ନା ଭଳି ଦୋମୁହାଁ ନୀତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି । ତେବେ ସିଏଏ ଓ ଏନଆରସି ନେଇ ହେଉଥିବା ଅପପ୍ରଚାର ବିରୋଧରେ ଲୋକଙ୍କୁ ସଚେତନ ପାଇଁ ଉଦ୍ୟମ କରିବୁ ବୋଲି ଗୋଲକ ମହାପାତ୍ର କହିଥିଲେ ।